କଂଗ୍ରେସରେ ମିଶିଲେ ବିଜେପିର ମହିଳା ନେତ୍ରୀ ସୋନାଲି ସାହୁ

 

ଭୁବନେଶ୍ୱର,୪/୪(ସତ୍ୟପାଠ ବ୍ୟୁରୋ):  କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ମହିଳା ନେତ୍ରୀ ସୋନାଲି ସାହୁ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କର ନେତୃତ୍ୱରେ ଭରସା କରି ସୋନାଲି କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।

ଦୀର୍ଘ ଦିନର ରାଜନୀତିରେ ଅଭିଜ୍ଞତା ଥିବା ସୋନାଲି ସାହୁ ବିଜେପିର ମୁଖପାତ୍ର ଭାବେ କାମ କରୁଥିଲେ ।

କଂଗ୍ରେସରେ ଯୋଗ ଦେବା ପରେ ସୋନାଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜେପି ଏକ ଅସହିଷ୍ଣୁମାନଙ୍କର ଦଳ । ତମାମ ଦେଶରେ ବିଜେପି ଯେପରି ଭାବେ ପ୍ରତିହିଂସାର ରାଜନୀତି କରୁଛି ତାହା ଗଣତନ୍ତ୍ର ପାଇଁ ବିପଦ । ଦେଶରେ ମହିଳା, କୃଷକ ଓ ଯୁବବର୍ଗଙ୍କୁ ପ୍ରତାରିତ କରିଛନ୍ତି ମୋଦୀ ସରକାର । ଏସବୁ ଅବଗତ ହେବା ପରେ ସେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ସୋନାଲି ସାହୁ କହିଛନ୍ତି ।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନଠାରେ ଆୟୋଜିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବରେ ସୋନାଲି ସାହୁ ଦଳରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଦଳର ସଭାପତି ପଟ୍ଟନାୟକ ସୋନାଲି ସାହୁଙ୍କୁ ସ୍ୱାଗତ କରିଥିବାବେଳେ ସେ କହିଥିଲେ ଯେ ଶ୍ରୀମତୀ ସାହୁ ଦଳରେ ଯୋଗଦାନ କରିବା ପରେ ଦଳ ଅଧିକ ସଶକ୍ତ ଓ ସକ୍ରୀୟ ହେବ । ତାଙ୍କର ରାଜନୈତିକ ଅନୁଭବ ନିଶ୍ଚିତ ଭାବେ ଦଳ ପାଇଁ ଉପଯୋଗୀ ହେବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏ.ଆଇ.ସି.ସିସି ମେଡ଼ିଆ ପ୍ରଭାରୀ- ବବିତା ଶର୍ମା, ଉପସଭାପତି-ସନତ ଦାସ, ସାମାଜିକ ଗଣମାଧ୍ୟମ ପ୍ରଭାରୀ-ଡ. ସୁମିତ୍ ଦୁବେ, ଲଲାଟେନ୍ଦୁ ଶତପଥି, ସାଧାରଣ ସମ୍ପାଦକ-ପ୍ରକାଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Related Posts