ବିଜେପିର ବଡ ଘୋଷଣା; ମିଜୋରାମର ସମସ୍ତ ୪୦ଟି ଆସନରେ ଏକାକୀ ନିର୍ବାଚନ ଲଢିବ ଦଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏକ ବଡ ଘୋଷଣା କରିଛି। ମିଜୋରାମରେ ହେବାକୁ ଥିବା ୨୦୨୩ ବିଧାନସଭା ନିର୍ବାଚନରେ ସମସ୍ତ ୪୦ ଆସନରେ ଏକାକୀ ନିର୍ବାଚନ ଲଢିବାକୁ ଦଳ ଘୋଷଣା କରିଛି । ମିଜୋରାମ ବିଜେପି ଅଧ୍ୟକ୍ଷ ବନଲାଲମୁଆକା ଏହି ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ୱରରେ ରାଜ୍ୟରେ କ୍ଷମତାରେ ଥିବା ମିଜୋ ନ୍ୟାସନାଲ ଫ୍ରଣ୍ଟର ୧୬ ନେତା ବିଜେପିରେ ସାମିଲ ହୋଇଥିଲେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମିଜୋ ନ୍ୟାସନାଲ ଫ୍ରଣ୍ଟର ନେତା ବିଜେପିରେ ଯୋଗ ଦେଇଥିଲେ ।

ଗତ ନିର୍ବାଚନରେ ମୋଟ ୪୦ ଆସନରୁ ଏମଏନଏଫ ପାର୍ଟି ବହୁମତ ହାସଲ କରି ୨୬ ଆସନରେ ବିଜୟୀ ହୋଇଥିଲା। କଂଗ୍ରେସକୁ ୨୬ ଆସନର କ୍ଷତି ହୋଇଥିଲା ଏବଂ ମାତ୍ର ୫ ଆସନରେ ବିଜୀୟ ହୋଇଥିଲା । ବିଜେପି ପ୍ରଥମ ଥର ମିଜୋରାମରେ ଖାତା ଖୋଲିଥିଲା ଏବଂ ଗୋଟିଏ ଆସନରେ ବିଜୟୀ ହୋଇଥିଲା ।

Related Posts