ନିର୍ବାଚନ ଜିତିବା ପରେ ବେଆଇନ ଭାବେ ବନ୍ଧୁକ ଫୁଟାଇ ବିଜୟ ଉତ୍ସବ ପାଳନ କଲେ ବିଜେଡିର ବିଜୟୀ କାଉନସିଲର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ଜିତିବା ପରେ ବେଆଇନ ଭାବେ ବନ୍ଧୁକ ଫୁଟାଇ ବିଜୟ ଉତ୍ସବ ପାଳନ କଲେ ବିଜେଡିର ବିଜୟୀ କାଉନସିଲର । ତେବେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌର ପରିଷଦର ୯ ନମ୍ବର ୱାର୍ଡରୁ ବିଜୟୀ ହୋଇଥିବା ବିଜେଡିର କଇରୁ ସ୍ୱାଇଁ ଏପରି କରିଥିବାର ଦେଖିବାକୁ ମିଳିଛି । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ କଇରୁ ସ୍ୱାଇଁ ବିଜେଡିର ଜଣେ ବିରଷ୍ଟ ନେତା ହୋଇଥିବାବେଳେ ପୁର୍ବରୁ ସେ ସୋନପୁର ପୌର ପରିଷଦର ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି ।

ତେବେ ଆଜି ସାଧାରଣ ସ୍ଥାନରେ ବନ୍ଧୁକ ଫୁଟାଇ ସେଲିବ୍ରେସନ କରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏବେ ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଅନ୍ୟପଟେ ସାଧାରଣ ସ୍ଥାନରେ ବନ୍ଧୁକ ଫୁଟାଇବାକୁ କିଏ ଅନୁମତି ଦେଲା ? ବନ୍ଧୁକଟି କାହାର ? ଏଭଳି ଅନେକ ପ୍ରଶ୍ନ ଲୋକମାନଙ୍କ ମନରେ ଆସୁଛି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ବର୍ତ୍ତମାନ ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts