ଫାଟିଲା ଗ୍ୟାସ୍ ସିଲିଣ୍ଡର: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଗ୍ୟାସ୍‌ ଟାଙ୍କି ଫାଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମେରାଇନ୍ ଷ୍ଟାଫଙ୍କ ମୃତ୍ୟୁ ହୋଇଛି । ଗୁରୁତରଙ୍କୁ କେନ୍ଦ୍ରାପଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଷ୍ଟାଫ୍‌ ହେଲେ ସୁଶାନ୍ତ ସାହୁ । ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରନାସୀ କ୍ୟାମ୍ପ୍ ଅଫିସ୍‌ରେ ଅଘଟଣ ଘଟିଛି ।

 

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ରୋଷେଇ କରୁଥିବା ବେଳେ ଗ୍ୟାସ୍ ଟାଙ୍କି ଫାଟିଯାଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିଲେ । ଗୁରୁତର ଏବଂ ମୃତକ ସ୍ପିଡ୍ ବୋଟ୍ ଟେକ୍‌ନିସିଆନ୍ ଭାବେ କାମ କରୁଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

Related Posts