ପୁରୀରେ ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତଙ୍କ ପାଇଁ ଖୁବ୍ ଶୀଘ୍ର ଘୋଷଣା ହେବ ପ୍ୟାକେଜ୍

ସତ୍ୟପାଠ ବ୍ୟୁରୋ : ପୁରୀରେ ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତଙ୍କ ପାଇଁ ଖୁବ୍ ଶୀଘ୍ର ଘୋଷଣା ହେବ ପ୍ୟାକେଜ୍ । ସରକାର କ୍ଷୟକ୍ଷତି ରିପୋର୍ଟ ମାଗିଛନ୍ତି । ଶୀଘ୍ର ଏହି ରିପୋର୍ଟ ସରକାରଙ୍କୁ ଦିଆଯିବ । ପୁରୀ ବିଧାୟକ ଓ ପୁରୀ ସାଂସଦଙ୍କ ସହ ପୂର୍ବରୁ ଆଲୋଚନା ହୋଇଛି । ଏବେ ମଧ୍ୟ କିଛି ପ୍ରସ୍ତାବ ଦେଲେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ।

ସେହିପରି ଏମାର ମଠର ଢାଞ୍ଚା ଦେଖିଛୁ, ବୈଷୟିକ ଟିମ୍ ସହ ଆଲୋଚନା କରୁଛୁ । ଏମାର ମଠ ମନ୍ଦିରକୁ ଅକ୍ଷତ ରଖିବା ଆମର ଲକ୍ଷ୍ୟ ବୋଲି ଜିଲ୍ଲାପାଳ କହିଛନ୍ତି । ୭୫ ମିଟର ଭିତରେ ଥିବା ବିପଦ ସଙ୍କୁଳ କୋଠା ଭଙ୍ଗାଯାଉଛି । ସେହି ଆଧାରରେ ବଡ଼ ଆଖଡ଼ା ମଠ ଓ ସାନଛତା ମଠ ଭଙ୍ଗାଯିବ । ଉଭୟ ମଠର ମହନ୍ତ ସହଯୋଗ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

Related Posts