ବାଲିଗୁଡ଼ାର ଏକ ଘରୋଇ ସ୍କୁଲରେ ବିସ୍ଫୋରଣ: ୩ ଛାତ୍ର ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧/୨(ସତ୍ୟପାଠ ବ୍ୟୁରୋ): ବାଲିଗୁଡା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ଏକ ଘରୋଇ ହାଇସ୍କୁଲର ହଷ୍ଟେଲରେ ରହି ପାଠ ପଢୁଥିବା ୩ ଜଣ ଛାତ୍ର ହାତରେ ବିସ୍ଫୋରକ ଧରିଥିବା ବେଳେ ଫୁଟିଯିବାରୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ‌

ରୁତୁଙ୍ଗିଆ ପଞ୍ଚାୟତରେ ଥିବା ଏକ ଘରୋଇ ହାଇସ୍କୁଲ ହଷ୍ଟେଲରେ ରହି ଉକ୍ତ ୩ ଜଣ ଛାତ୍ର ୭ମ ଶ୍ରେଣୀରେ ପଢୁଥିଲେ।ବୁଧବାର ସକାଳେ ସ୍କୁଲ ଚାଲିଥିବା ବେଳେ ଖେଳଛୁଟି ବେଳେ କେଉଁଠି ଥିବା ଏକ ବିସ୍ଫୋରକ ଧରି ଥିଲେ। କୌଣସି କାରଣ ବସତଃ ଏହା ଫୁଟି ଯିବାରୁ ତିନି ଜଣ ଆହତ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରଥମେ ଛାତ୍ରମାନଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଛାତ୍ରମାନେ କେଉଁଠାରୁ ବିସ୍ଫୋରକ ଆଣିଥିଲେ ତାହା ଜଣାପଡି ନାହିଁ।

Related Posts