ଉପରାଷ୍ଟ୍ରପତିଙ୍କ ସମେତ ଆରଏସଏସର ବହୁ ବଡ ବଡ ନେତାଙ୍କ ଟ୍ବିଟର୍ ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାର ଓ ମାଇକ୍ରୋ ବ୍ଲିଗିଂ ୱେବସାଇଟ୍ ଟ୍ୱିଟର ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସମେତ ସଙ୍ଘର ଅନେକ ବଡ ବଡ ନେତାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ମାର୍କ ଟ୍ୱିଟର ହଟାଇବା ପରେ ଏବେ ପୁଣି ଥରେ ତିକ୍ତତା ସୃଷ୍ଟି ହୋଇଛି। ତେବେ ଭେଙ୍କେୟା ନାଇଡୁଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍‌ ହଟାଇ ଏହାକୁ ପୁଣି ଥରେ ରିଷ୍ଟୋର କରିଦେଇଛି ଟ୍ବିଟର। ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ମାର୍କ ଟ୍ୱିଟର ହଟାଇବା ପରେ କେନ୍ଦ୍ର ସରକାରର ଟ୍ୱିଟରର ଏଭଳି ଆଭିମୁଖ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଆରଏସଏସ ନେତାଙ୍କ ମଧ୍ୟରେ ସୁରେଶ ସୋନି ଏବଂ ଆରଏସଏସର ଅଲ ଇଣ୍ଡିଆ ପ୍ରଚାର ପ୍ରମୁଖ ଅରୁଣ କୁମାରଙ୍କ ଟ୍ବିଟର ଆକାଉଣ୍ଟ ମଧ୍ୟ ରହିଛି । ଏହା ବ୍ୟତୀତ ଟୁଇଟର ସଙ୍ଘର ନେତା ସୁରେଶ ଯୋଶୀ ଏବଂ କୃଷ୍ଣ ଗୋପାଳଙ୍କ ହ୍ୟାଣ୍ଡେଲରୁ ବ୍ଲୁ ଟିକ୍ ମଧ୍ୟ ହଟାଇ ଦେଇଛି। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଭେଙ୍କୟା ନାଇଡୁଙ୍କ ଟ୍ୱିଟର ଆକାଉଣ୍ଟକୁ ଅନ୍ ଭେରିଫାଏଡ୍ କରିବା ନେଇ ଆଇଟି ମନ୍ତ୍ରଣାଳୟ ଅସନ୍ତୋଷ ପ୍ରକାଶ କରିଛି। ମନ୍ତ୍ରଣାଳୟ କହିଛି ଯେ, ” ଦେଶର ଦ୍ୱିତୀୟ ବ୍ୟକ୍ତିଙ୍କ ସହିତ ଟ୍ୱିଟର ଏଭଳି କରିବା ଆଦୌ ଗ୍ରହଣୀୟ ନୁହେଁ। ଉପରାଷ୍ଟ୍ରପତି କୌଣସି ରାଜନୈତିକ ବ୍ୟକ୍ତି ନୁହନ୍ତି। ସେ ଏକ ସମ୍ବିଧାନିକ ପଦବୀରେ ଅଛନ୍ତି। ଆଇଟି ମନ୍ତ୍ରଣାଳୟ ପ୍ରଶ୍ନ କରିଛି ଯେ ଯଦି ଆମେରିକାରେ ସାମ୍ୱାଧାନିକ ପଦବୀରେ ବସିଥିବା ଲୋକଙ୍କ ସହ ସହ ଟ୍ୱିଟର ଅସଦାଚରଣ କରିପାରିବ କି? ଯଦି ଏଭଳି କରି ଟ୍ୱିଟର ଭାରତ ସରକାରଙ୍କ ଧୈର୍ଯ୍ୟ ପରୀକ୍ଷା କରୁଥିବା ତାହେଲେ ଏହା ଠିକ୍ ନୁହେଁ ବୋଲି ସରକାର କହିଛନ୍ତି। ଅପରପକ୍ଷରେ କିଛି ଦିନ ଧରି ଆକାଉଣ୍ଟ୍‌ ଲଗ୍‌ଇନ୍‌ ନ ହେବାରୁ ଏଭଳି ହୋଇଥିବା ଟୁଇଟର୍‌ ପକ୍ଷରୁ ସଫେଇ ଦିଆଯାଇଛି। ଟୁଇଟର କହିଛି ଯେ ଏହି ଆକାଉଣ୍ଟ ୬ ମାସ ହେବ ଲଗ୍ଇନ୍ ହୋଇ ନଥିବାରୁ ଏଭଳି ହୋଇଛି । ଯଦି ଉପରାଷ୍ଟ୍ରପତି ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ଅନେକ ଦିନ ହେବ ଟ୍ୱିଟ କରିନଥିବାରୁ ଏଭଳି ହୋଇଛି ତାହାଲେ ସୁଷମା ସ୍ୱରାଜ ଏବଂ ଅରୁଣ ଜେଟଲୀଙ୍କର ମୃତ୍ୟୁ ପରେ ବି ଆକାଉଣ୍ଟରୁ କେମିତି ବ୍ଲୁ ଟିକ୍ ମାର୍କ ହଟିନି ବୋଲି କେନ୍ଦ୍ର ପ୍ରଶ୍ନ କରିଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ ନୂତନ ସୋସିଆଲ ମିଡ଼ିଆ ଗାଇଡଲାଇନକୁ ନେଇ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ନିକଟରେ ବିବାଦ ଜୋର ଧରିଥିଲା । କିଛି ଦିନ ପୂର୍ବେ ଦିଲ୍ଲୀ ପୋଲିସ ଟ୍ୱିଟର ଇଣ୍ଡିଆର ଦିଲ୍ଲୀ ଏବଂ ଗୁରୁଗ୍ରାମ କାର୍ଯ୍ୟାଳୟରେ ରାତି ଅଧରେ ଚଢାଉ କରିଥିଲା । ଏହା ପରେ ଟ୍ବିଟର ଭାରତରେ ତାହାର କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲା।

Related Posts