ଗୁଜୁରାଟ ସରକାରଙ୍କ ଘୋଷଣା : ଜୁନ୍ ୭ ରୁ ୧୦୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବାରୁ ଗୁଜରାଟ ସରକାର ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ ରାଜ୍ୟର ସରକାରୀ ତଥା ସଂସ୍ଥା ଗୁଡ଼ିକ ମଧ୍ୟ ଜୁନ୍ ୭ ରୁ ୧୦୦ ପ୍ରତିଶତ କର୍ମଚାରୀଙ୍କ ସହ କାର୍ଯ୍ୟ କରିପାରିବେ। ରାଜ୍ୟ ସରକାରଙ୍କ ଦ୍ବାରା ପୂର୍ବରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ୩୬ଟି ସହରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘରୋଇ ସଂସ୍ଥା ଗୁଡିକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ ଏବେ ମାମଲା ହ୍ରାସ ପାଉଥିବା ହେତୁ ସରକାର ଘୋଷଣା କରିଛନ୍ତି ଯେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ଜୁନ୍ ୫ ଅର୍ଥାତ୍ ଶନିବାର ଦିନ କାର୍ଯ୍ୟ ଜାରି ରଖିବ। ଏପ୍ରିଲ ମାସରେ ସରକାର ସମସ୍ତ କାର୍ଯ୍ୟାଳୟକୁ ଶନିବାର ଦିନ ବନ୍ଦ ରଖିବାକୁ କହିଥିଲେ। କୋଭିଡ ମାମଲା ହ୍ରାସ ପାଉଥିବା ହେତୁ ସରକାର ଚଳିତ ସପ୍ତାହ ଆରମ୍ଭରେ ୩୬ଟି ସହରରେ ଥିବା ଦୋକାନ ଏବଂ ସପିଂ କମ୍ପ୍ଲେକ୍ସ ଖୋଲିବାର ସମୟସୀମା ତିନି ଘଣ୍ଟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ଦୋକାନଗୁଡ଼ିକ ସକାଳ ୯ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।

Related Posts