ବ୍ରହ୍ମଗିରି : ଆଜି ସନ୍ଧ୍ୟାରେ ଚିଲିକାରେ ଘଟିଛି ଅଘଟଣ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗମ୍ଭାରୀଗାଁ କାଳିଜାଈକୁଦ ନିକଟରେ ଏହି ଅଘଟଣ ଘଟିଥିଲା । ଡଙ୍ଗା ବୁଡ଼ି ୩ ଜଣ ନିଖୋଜଙ୍କ ଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ପାଣିରେ ପହଁରୀ ପହଁରୀ କୂଳରେ ସୁରକ୍ଷିତ ପହଞ୍ଚିଛନ୍ତି।
ଖବର ପାଇ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହିନୀ ଯାଇଥିଲା। ଖୋଜାଖୋଜି ପରେ ନିଖୋଜ ଦୁଇଜଣଙ୍କ ମୃତଦେହ ମିଳିଛି। ସୁରକ୍ଷିତ କୂଳରେ ପହଞ୍ଚିଥିବା ବ୍ୟକ୍ତି ଜଣକ ଟୁଆ ଗାଁର ଉଗ୍ରସେନ ଦାସ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, କାଳିଜାଇ କୁଦାକୁ ଭୋଜି କରିବା ପାଇଁ ପୁରୀର କିଛି ଲୋକଙ୍କୁ ନେଇ ଏକ ଡଙ୍ଗା ଯାଇଥିଲା। ଏହି ଡଙ୍ଗାରେ ପ୍ରାୟ ୧୩ ଜଣ ଲୋକ ଥିଲେ। ଭୋଜି କରିସାରି ସଂଧ୍ୟାରେ ଫେରିବା ସମୟରେ ମଝି ଚିଲିକାରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା।
ଘଟଣା ସ୍ଥଳରୁ ୧୦ ଜଣ ଉଦ୍ଧାର ହୋଇଥିବା ବେଳେ ୩ଜଣ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ନିଖୋଜଙ୍କୁ ଠାବ କରିବା ନିମନ୍ତେ ଅଗ୍ନିଶମ ବାହିନୀକୁ ସହାୟତା କରିଥିଲେ ।
