ରିଲାଏନ୍ସ ହସ୍ପିଟାଲକୁ ବୋମାରେ ଉଡାଇବାକୁ ଧମକ: ଆସିଲା ଅଜଣା ନମ୍ୱରରୁ ଫୋନ କଲ

ନୂଆଦିଲ୍ଲୀ: ମୁମ୍ୱାଇର ସର ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ଆସିଲା ଏକ ଅଜଣା ଫୋନ୍ ନମ୍ବରରୁ ଧମକପୂର୍ଣ୍ଣ ଫୋନ କଲ ଆସିଛି । ବୁଧବାର ଏକ ଅଜଣା ନମ୍ୱରରୁ ଏହି ଫୋନ କଲ ଆସିଥିବା ଜଣାପଡିଛି । ହସ୍ପିଟାଲକୁ ବୋମାରେ ଉଡାଇବାକୁ ଏହିରେ ଧମକ ଦିଆଯାଇଛି । ଏହାସହ ରିଲାଏନ୍ସ ଉଦ୍ୟୋଗର ମୁଖ୍ୟ ମୁକେଶ ଅମ୍ୱାନୀ, ତାଙ୍କ ପତ୍ନୀ ନୀତା ଅମ୍ୱାନୀ ଏବଂ ତାଙ୍କ ଦୁଇ ପୁଅ ଆକାଶ ଅମ୍ୱାନୀ ଏବଂ ଅନନ୍ତ ଅମ୍ୱାନୀଙ୍କୁ ଜୀବନରୁ ମାରିବାକୁ ଧମକ ଦିଆଯାଇଛି ।

ଏନେଇ ଡିବି ମାର୍ଗ ସ୍ଥିତ ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି । ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

ପୋଲିସ ସୂଚନା ଅନୁସାରେ, ଫୋନ କଲ ଆସିଥିବା ନମ୍ୱରକୁ ଚିହ୍ନଟ କରାଯାଇଛି । ଫୋନ କଲ ମହାରାଷ୍ଟ୍ର ବାହାରୁ ଆସିଥିବା ପୋଲିସ ଜାଣିବାକୁ ପାଇଛି । ଏହାସହ ଫୋନ କଲ ଆସିଥିବା ସ୍ଥାନକୁ ମଧ୍ୟ ଚିହ୍ନଟ କରାଯାଇଥିବା ପୋଲିସ କହିଛି ।

ସୂଚନା ଅନୁସାରେ, ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଲ୍ୟାଣ୍ଡଲାଇନ୍ ନମ୍ୱରକୁ ମଧ୍ୟାହ୍ଣ ୧୨.୫୭ରେ ଏକ ଅଜଣା ନମ୍ୱରୁ କଲ ଆସିଥିଲା। ଏଥିରେ ହିସ୍ପାଟଲକୁ ବୋମାରେ ଉଡାଇବା ସହ ଅମ୍ୱାନୀ ପରିବାରକୁ ମାରିବାକୁ ଧମକ ଦିଆଯାଇଛି । ତେବେ ଏହା ପ୍ରଥମ ଥର ନୁହେଁ, ଅଗଷ୍ଟ ମାସରେ ମଧ୍ୟ ଅମ୍ୱାନୀଙ୍କ ପରିବାରକୁ ହତ୍ୟା ଧମକ ମିଳିଥିଲା। ହସ୍ପିଟାଲର ଡିସପ୍ଲେ ନମ୍ୱରରେ ଆଠ ଥର ଫୋନ କରି ଧମକ ଦେଇଥିଲା ।

Related Posts