ହାସ୍ୟ କଳାକାର ପରାଗ କଂସାରାଙ୍କ ପରଲୋକ

ନୂଆଦିଲ୍ଲୀ: ଦ ଗ୍ରେଟ୍ ଇଣ୍ଡିଆନ ଲଫ୍ଟର ଚ୍ୟାଲେଞ୍ଜ ପରି ଟିଭି ସୋ ଜରିଆରେ ନିଜ କମେଡିରେ ଦର୍ଶକଙ୍କୁ ହସାଇଥିବା ହାସ୍ୟ କଳାକାର ପରାଗ କଂସାରାଙ୍କ ପରଲୋକ ହୋଇଛି । ପରାଗଙ୍କ ବିୟୋଗ ଖବର ଆସିବା ପରେ ବନ୍ଧୁ ଏବଂ ପରିଜନଙ୍କ ତାଙ୍କ ପ୍ରଶଂସକ ମର୍ମାହତ ଅଛନ୍ତି । ପ୍ରସିଦ୍ଧ ହାସ୍ୟ କଳାକାର ସୁନୀଲ ପାଲ ପରାଗଙ୍କ ନିଧନ ଖବର ଦେଇଛନ୍ତି । ଏହାସହ ଏକ ଭାବପ୍ରବଣ ଭିଡିଓ ସେୟାର କରିଛନ୍ତି ।

ସୁନୀଲ ପାଲ, ପରାଗ କଂସାରାଙ୍କ ଜଣେ ଘନିଷ୍ଠ ବନ୍ଧୁ । ସୁନୀଲ ପାଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ଜରିଆରେ ତାଙ୍କ ବନ୍ଧୁଙ୍କ ନିଧନର ସୂଚନା ଦେଇଛନ୍ତି । ଭିଡିଓରେ ସେ ଗଭୀର ଦୁଃଖରେ ଥିବା ଦେଖାଯାଉଛନ୍ତି । ଭିଡିଓରେ ସୁନୀଲ କହିଛନ୍ତି, ‘କମେଡି ଦୁନିଆରୁ ଏକ ଚକିତ କଲା ପରି ଖବର ସାମନାକୁ ଆସିଛି, ପରାଜ କଂସାରା ଜୀ, ଆମ ଲାପ୍ଟର ଚ୍ୟାଲେଞ୍ଜ ସହଯୋଗୀ ଏହି ଦୁନିଆରେ ଆଉ ନାହାନ୍ତି । ସେ ସବୁ କଥାରେ ଓଲଟା ଭାବି ଆମକୁ ବେଶ ହସାଉଥିଲେ । ପରାଗ ଭାଇ ଏବେ ଏହି ଦୁନିଆରେ ନାହାନ୍ତି । କମେଡି ଦୁନିଆ ଉପରେ କେଜାଣି କାହାର ନଜର ଲାଗି ଯାଇଛି । ଆମେ କିଛି ଦିନ ତଳେ ରାଜୁ ଭାଇଙ୍କୁ ହରାଇଥିଲୁ । ଆମେ ଜଣେ ପରେ ଜଣେ କମେଡିଆନଙ୍କୁ ହରାଇବାରେ ଲାଗିଛୁ ।

ସୁନୀଲଙ୍କ ଏହି ଭିଡିଓ ପରେ ଦୁଃଖଦ ଖବର ଶୁଣି ଲୋକେ ମର୍ମାହତ । ବହୁ କଳାକାର ଏବଂ ପରାଗଙ୍କ ପ୍ରଶଂସକ ସୁନୀଲଙ୍କ ଏହି ପୋଷ୍ଟରେ ଶୋକ ବ୍ୟକ୍ତ କରି କମେଣ୍ଟ କରିଛନ୍ତି ।

Related Posts