କଂଗ୍ରେସ ଛାଡି ବିଜେପିରେ ମିଶିଲେ ବକ୍ସର ବିଜେନ୍ଦ୍ର ସିଂହ

  

ଭୁବନେଶ୍ୱର,୩/୪(ସତ୍ୟପାଠ ବ୍ୟୁରୋ): ଲୋକସଭା ନିର୍ବାଚନ ମୁଣ୍ଡ ଉପରେ ଥିବା ସମୟରେ ନେତା ମାନଙ୍କର ଚାଲିଛି ଦଳଦଡିଆଁ ପର୍ବ।  ଏହାରି ଭିତରେ କଂଗ୍ରେସର ହାତ ଛାଡି ବିଜେପିରେ ମିଶିଛନ୍ତି ବକ୍ସର ବିଜେନ୍ଦ୍ର ସିଂହ। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।

ବିଜେନ୍ଦ୍ର ସିଂହ ବିଜେପିରେ ଯୋଗଦେବା ପରେ କଂଗ୍ରେସକୁ ବଡ ଝଟକା ଲାଗିଛି। କଂଗ୍ରେସ ଟିକେଟରେ ଏଥର ବିଜେନ୍ଦ୍ର ସିଂହ ମଥୁରାରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏନେଇ କିନ୍ତୁ ଅନ୍ତର୍ଜାତୀୟ ବକ୍ସରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନଥିଲା।

୩୮ ବର୍ଷୀୟ ବିଜେନ୍ଦ୍ର ସିଂହ ୨୦୧୯ରେ କଂଗ୍ରେସରେ ଯୋଗ ଦେଇଥିଲେ। ଦକ୍ଷିଣ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ୨୦୧୯ରେ ନିର୍ବାଚନ ଲଢ଼ିଥିଲେ। ତେବେ ସେ ଏଠାରୁ ହାରି ଯାଇଥିଲେ। ବିଜେପି ବର୍ତ୍ତମାନ ସାଂସଦ ରମେଶ ବିଘୁଡି ତାଙ୍କୁ ୬ ଲଋ ଭୋଟ ବ୍ୟବଧାନରେ ହରାଇଥିଲେ।

Related Posts