ବିଜେଡିରେ ମିଶିଲେ ଭୃଗୁ ବକ୍ସିପାତ୍ର, ପ୍ରଦୀପ ପାଣିଗ୍ରାହୀଙ୍କୁ ଦେବେ ଟକ୍କର!

ଭୁବନେଶ୍ୱର,୩/୪(ସତ୍ୟପାଠ ବ୍ୟୁରୋ): ବିଜେଡିରେ ମିଶିଲେ ବିଜେପିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର। ଆଜି ସକାଳେ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଏବଂ ଆଜି ମଧ୍ୟାହ୍ନରେ ବିଜେଡ଼ିରେ ‌ବିଧିବଦ୍ଧ ଭାବେ ଯୋଗ‌ ଦେଇଛନ୍ତି। ତାଙ୍କୁ ବିଜେଡ଼ି ପକ୍ଷରୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଭୃଗୁ ବିଜେଡିରେ ମିଶିବା ପୂର୍ବରୁ ବିଜେଡ଼ି ପକ୍ଷରୁ ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଥିଲା। ତାଙ୍କୁ ବିଜେଡ଼ି ରାଜ୍ୟ ଉପସଭାପତି ଦାୟିତ୍ବ ସହିତ ବିଜେଡି ଇସ୍ତାହାର କମିଟିର ଅଧ୍ୟକ୍ଷ କରାଯାଇଥିଲା। ତେବେ ବିଜେଡି ଯଦି ବ୍ରହ୍ମପୁରରୁ ଭୃଗୁଙ୍କୁ ଲୋକସଭା ପ୍ରାର୍ଥୀ କରେ ତେବେ ବିଜେପିର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସହ ତାଙ୍କର କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି |

Related Posts