ମେ’ ୩୧ରେ ବ୍ରଜରାଜନଗର ଉପ ନିର୍ବାଚନ: ନିର୍ବାଚନ କମିଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ରଜରାଜନଗରରେ ମେ’ ୩୧ରେ ହେବ ଉପନିର୍ବାଚନ । ତେବେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ବିଧାୟକ ପଦ ପାଇଁ ହେବ ଉପ ନିର୍ବାଚନ । ମେ ୩୧ ତାରିଖରେ ଏହି ଉପ ନିର୍ବାଚନ ହେବା ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।

ଏହି ନିର୍ବାଚନ ପାଇଁ ମେ ୪ ତାରିଖରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ । ମେ ୧୧ ତାରିଖ ପର‌୍ୟ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବେ ଆଶାୟୀ ପ୍ରାର୍ଥୀ । ସେହିଦିନ ହିଁ ନାମାଙ୍କନ ଯାଞ୍ଚ କରାଯିବ । ୧୭ ପର‌୍ୟ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ ଆଶାୟୀ । ମେ ୩୧ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଜୁନ୍ ୩ ତାରିଖରେ ଗଣତି ହେବ ।

Related Posts