ବିମାନବନ୍ଦରରୁ ଯବାନଙ୍କ ପାଖରୁ ଜବତ ହେଲା ଗ୍ରେନେଡ଼

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିମାନବନ୍ଦରରୁ ଯବାନଙ୍କ ପାଖରୁ ଜବତ ହେଲା ଗ୍ରେନେଡ଼ । ଆଜି ସକାଳେ ଶ୍ରୀନଗର ବିମାନବନ୍ଦରରେ ଏହାକୁ ନେଇ ସମସ୍ତେ ଭୟଭୀତ ହୋଇଯାଇଥିଲେ । ମିଳିଥିବା ସୂଚନା ମୁତାବକ ବିମାନବନ୍ଦରରୁ ଜଣେ ଯବାନଙ୍କ ବ୍ୟାଗରୁ ଜୀବନ୍ତ ହ୍ୟାଣ୍ଡ ଗ୍ରେନେଡ ଉଦ୍ଧାର କରାଯାଇଥିଲା। ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରି-ଏଣ୍ଟ୍ରି ଯାଞ୍ଚ ସମୟରେ ବିମାନ ସ୍କ୍ରିନିଂ କର୍ମଚାରୀମାନେ ଏହି ହ୍ୟାଣ୍ଡ ଗ୍ରେନେଡ ପାଇଥିଲେ। ତେବେ ସେ ଜୀବନ୍ତ ଗ୍ରେନେଡ଼ କାହିଁକି ନେଇ ଯାଉଥିଲେ ବୋଲି ବିମାନବନ୍ଦରରେ ମୁତୟନ ସୁରକ୍ଷାକର୍ମୀମାନେ ପଚାରିଥିଲେ ।

ଯବାନ ଜଣକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ତାଙ୍କୁ ଗିରଫ କରାଯାଇଛି । ଏହି ଘଟଣାକୁ ନେଇ ଯବାନଙ୍କୁ ପଚରାଉଚରା କରାଯାଉଛି। ସୂଚନା ଅନୁଯାୟୀ ସୋମବାର ସକାଳ ୯ଟାରେ ଏହି ଘଟଣା ଘଟିଥିବାର କୁହାଯାଉଛି। ଏହି ହ୍ୟାଣ୍ଡ ଗ୍ରେନେଡଟି ରାଷ୍ଟ୍ରିୟ ରାଇଫଲ ୟୁନିଟର ଯବାନଙ୍କ ପାଖରୁ ମିଳିଥିବାବେଳେ ସେ ଲଗେଜ୍ ସ୍କ୍ରିନିଂ ପାଇଁ ପ୍ରି-ଏଣ୍ଟ୍ରି ସ୍କ୍ରିନିଂରେ ଥିବାବେଳେ ଗ୍ରେନେଡ୍ ମିଳିଥିଲା । ଯବାନ ଜଣକ ଏୟାର ଏସିଆ ବିମାନରେ ଯିବାର ଥିଲା । ସେପଟେ ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts