୧୨ ଦିନରେ ପହଁଚିଛି ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ | ରୁଷ ସେନା ୟୁକ୍ରେନ ରେ ତବାହୀ ମଚାଇଛନ୍ତି | ଲଗାତାର ଆକ୍ରମଣ ସ୍ୱରୂପ ଏବେ ଚାରିଆଡେ ଜଳୁଛି ନିଆଁ | ରୁଷ ର ଏପରି ଆକ୍ରମଣ କୁ ନେଇ ଅନେକ ଦେଶ ରୁଷକୁ ବିରୋଧ କରୁଥିବା ବେଳେ, କଟକଣା ମଧ ଲଗାଇଛନ୍ତି | ତେବେ ଏହି ସବୁ ସ୍ୱତେ ରୁଷ ନିଜ ଜିଦ ରେ ଅଟଳ ରହି ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି | ଏପରିକି ୟୁକ୍ରେନ କୁ ସାହାଯ୍ୟ କରୁଥିବା ଦେଶମାନଙ୍କୁ ଋଷ ରାଷ୍ଟ୍ରପତି ଚେତାବନୀ ଦେଇଛନ୍ତି | ରୁଷ ଉପରେ କଟକଣା ଲଗାଇବା ଯୁଦ୍ଧ ସହ ସମାନ ବୋଲି ଅଭିଯୋଗ କରିଛନ୍ତି | ତେବେ ଏହାରି ଭିତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପୁଟିନକୁ ରୋକିବା ପାଇଁ ତିଆରି କରୁଛନ୍ତି ମାଷ୍ଟରପ୍ଲାନ୍ ।
ଏ ନେଇ ବୋରିସ୍ ଜନସନ ୬ ସୂତ୍ରୀ ଫର୍ମୁଲା ତିଆରି କରିଛନ୍ତି । ସେହିପରି ଦ ନ୍ୟୁୟର୍କ ଟାଇମ୍ସରେ ବୋରିସ ଜନସନ ଋଷ ପ୍ରସଙ୍ଗରେ ଏକ ଆଲେଖ୍ୟ ଲେଖିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଋଷ ସେନାର ବଳ ପ୍ରୟୋଗ କରି ଅନ୍ତରାଷ୍ଟ୍ରୀୟ ନିୟମକୁ ଉଲ୍ଲଂଘନ କରୁଛି । ପୁଟିନ କିନ୍ତୁ ତାଙ୍କ ଉଦ୍ଦେଶ୍ୟରେ କେବେ ସଫଳ ହେବେ ନାହିଁ ବୋଲି ବୋରିସ ଚେତାଇ ଦେଇଛନ୍ତି ।
ତେବେ ଜାଣନ୍ତୁ ଋଷକୁ ରୋକିବାକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ୬ ସୂତ୍ରୀ ଫର୍ମୁଲା :-
– ୟୁକ୍ରେନ ପାଇଁ ଦୁନିଆର ସମସ୍ତ ନେତା ଅନ୍ତରାଷ୍ଟ୍ରୀୟ ମାନବୀୟ ସଂଗଠନ ମଂଚ ତିଆରି କରିବା ଆବଶ୍ୟକ
– ୟୁକ୍ରେନ ଆତ୍ମରକ୍ଷା ପାଇଁ ଯେଉଁ ପ୍ରୟାସ କରୁଛି ତାକୁ ସମସ୍ତେ ସମର୍ଥନ କରନ୍ତୁ
– ଋଷ ଉପରେ ଆର୍ଥିକ କଟକଣା ବଢାଇ ଚାପ ପକାଯାଉ
– ୟୁକ୍ରେନ ବିରୋଧରେ ରୁଷର କାର୍ଯ୍ୟକଳାପକୁ ଅନ୍ତରାଷ୍ଟ୍ରୀୟ ସମୁଦାୟ ବିରୋଧ କରିବା ଆବଶ୍ୟକ
– ଯୁଦ୍ଧର ସମାଧାନ ପାଇଁ କୂଟନୀତିକ ସ୍ତରରେ ଆଲୋଚନା ହେବା ଦରକାର । କିନ୍ତୁ ୟୁକ୍ରେନ ସରକାରଙ୍କୁୁ ଏଥିରେ ସାମିଲ କରାଯାଉ
– ନାଟୋରେ ସାମିଲ ଥିବା ଦେଶ ଗୁଡିକର ସୁରକ୍ଷାକୁ ମଜବୁତ କରିବା ପାଇଁ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ
