ୟୁକ୍ରେନ ପରେ ମୋଲଡୋଭାର ପଡିବ କି ପାଳି ? ରୁଷ ରାଷ୍ଟ୍ରପତି ଭ୍ଲାଦମିରି ପୁଟିନଙ୍କ ନଜରରେ ଏବେ ମୋଲଡୋଭା ଥିବା ନେଇ ଦେଶରେ କମ୍ପନ ସୃଷ୍ଟି

ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ଆଜିକୁ ୧୨ ଦିନରେ ପହଁଚିଥିବା ବେଳେ, ରୁଷ ସେନା ଲଗାତାର ଭାବେ ଆକ୍ରମଣ ଜାରି ରଖିଛନ୍ତି | ଯାହା ଫଳରେ ଏବେ ୟୁକ୍ରେନ ରେ ଚାରିଆଡେ ନିଆଁ ଜଳୁଛି | ତେବେ ଏହି ଯୁଦ୍ଧ ମଧ୍ୟରେ ଆଉ ଏକ ଚିନ୍ତା ବା ଆଶଙ୍କା ମୁଣ୍ଡ ଟେକିଛି | ପଡୋଶୀ ରାଷ୍ଟ୍ର ମୋଲଡୋଭା ଉପରେ ରୁଷର ନଜର ରହିଥିବା ନେଇ ଚର୍ଚା ଜୋର ଧରିଛି | ୟୁକ୍ରେନ ପରେ ମୋଲଡୋଭା ଉପରେ ଆକ୍ରମଣ ପାଇଁ ଚିନ୍ତା କରୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦମିରି ପୁଟିନ । ଏନେଇ ଦେଶରେ କମ୍ପନ ସୃଷ୍ଟି ହୋଇଛି । ତଥାପି ବିପଦ ସମୟରେ ୟୁକ୍ରେନର ଶରଣାର୍ଥୀଙ୍କ ପାଇଁ ଛିଡ଼ା ହେବ ବୋଲି ପ୍ରଧାନମନ୍ତ୍ରୀ ନାଟାଲିଆ ଗାଭ୍ରିଲିତା କହିଛନ୍ତି ।

ମୋଲଡୋଭା ରାଜଧାନୀ ଚିସିନାଉଠାରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଂଟୋନି ବ୍ଲିଙ୍କେନଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ ନାଟାଲିଆ ଏହା କହିଛନ୍ତି । ୟୁରୋପୀୟ ସଂହତି ପାଇଁ ତାଙ୍କ ଦେଶ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ଏହା ସହ ୟୁକ୍ରେନରୁ ପଳାଇ ଆସୁଥିବା ଲୋକମାନଙ୍କୁ ସେ ସୁରକ୍ଷା ଯୋଗାଇ ଦେଉଛନ୍ତି ବୋଲି ମଧ୍ୟ କହିଛନ୍ତି ।

Related Posts