କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲ: ୭ ଗିରଫ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ପୁଲିସ କୁ ସଫଳତା । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲ ମୁକ୍ତ କରିବା ଉଦ୍ଦେଶ୍ୟରେ ମିଳିଛି ସଫଳତା । ଅଭିଯୋଗରେ ଟାଉନ ଥାନା ପୁଲିସ ଆଜି ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ଦୀର୍ଘ ଦିନ ଧରି ମେଡ଼ିକାଲକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନଙ୍କୁ ଶୋଷଣ କରୁଥିଲେ ।

ସରକାରୀ ମେଡିକାଲରେ ଉନ୍ନତ ଚିକିତ୍ସା କରାଇଦେବାକୁ କହି ଏମାନେ ଲୁଟୁଥିଲେ । ସରକାରୀ ମେଡିକାଲରେ ଉତ୍ତମ ସେବା ମିଳୁଥିବା ବେଳେ ମୁନାଫା କମାଇବାକୁ ଘରୋଇ ହସ୍ପିଟାଲରେ ନେଇ ଭର୍ତ୍ତି କରାଉଥିଲେ । ଆଗାମୀ ଦିନରେ ଦଲାଲ ଧରପଗଡ ଜୋରଦାର କରାଯିବ ବୋଲି ଏସଡିପିଓ ଜୟନ୍ତ ମହାପାତ୍ର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଟାଉନ ଥାନା ଆଇଆଇସି ତପନ ନାୟକଙ୍କ ନେତୃତ୍ବରେ ପୁଲିସ ଛଦ୍ମବେଶରେ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୩ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି ।

Related Posts