କେନ୍ଦ୍ରାପଡ଼ାରେ ଡ଼େଙ୍ଗୁ ଆତଙ୍କ: ଦୁଇ ସପ୍ତାହ‌ରେ ୫୮ ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଡ଼େଙ୍ଗୁ ଆତଙ୍କ । ବଢ଼ୁଥିବା ଆକ୍ରାନ୍ତଂକ ସଂଖ୍ୟା ଭୟ ସୃଷ୍ଟି କରିଛି । ଡେଙ୍ଗୁ ବାହକ ‘ଏଡିସ୍‌’ ମଶା ଲୋକମାନଙ୍କୁ ସ˚କ୍ରମିତ କରିବା ଆରମ୍ଭ କଲାଣି। ୧୫ ଦିନ ତଳେ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଅଙ୍କରେ ରହିଥିଲା। ହେଲେ ଗଲାକାଲି ସୁଦ୍ଧା ଜିଲ୍ଲାରୁ ୫୮ ଜଣ ରୋଗୀ ଚିହ୍ନଟ ହୋଇସାରିଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଜିଲ୍ଲାରେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢି ଚାଲିଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ନିଦ କିନ୍ତୁ ଭାଙ୍ଗିବାକୁ ନାହିଁ। ଡେଙ୍ଗୁ ସତେଚନତା କି ଏହାର ନିୟନ୍ତ୍ରଣ ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ଉଦ୍‌ବେଗର ବିଷୟ ହୋଇଛି।

ସୂଚନାନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ କିଛି ଦିନ ହେବ ଡେଙ୍ଗୁ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ କେନ୍ଦ୍ରାପଡ଼ାରେ ସ୍ବାସ୍ଥ୍ୟ ବିଭାଗ ନାହିରେ ତେଲ ଦେଇ ଶୋଇପଡ଼ିଥିବା ଭଳି ମନେ ହେଉଛି।

ଏପଟେ ଡେଙ୍ଗୁ ରୋଗୀଙ୍କ ସ˚ଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରଶାସନିକ ସ୍ତରରେ ସେଭଳି ସଚେତନତା କାର୍ଯ୍ୟକ୍ରମ ଦେଖିବାକୁ ମିଳିନାହିଁ। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ବି ଗଠନ କରାଯାଇନାହିଁ। ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିବା ବେଳେ ସେଠାରେ ମଶାବଂଶ ବୃଦ୍ଧି ପାଇବା‌ରେ ଲାଗିଛି। ଡେଙ୍ଗୁ ଏବେ ଲୋକମାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଡେଙ୍ଗୁକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆପଣାଉ ନ ଥିବାରୁ ସାଧାରଣରେ ଅସ‌ନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନିକ ଉଦାସୀନତାରୁ ଜିଲ୍ଲାରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। କେନ୍ଦ୍ରାପଡ଼ା ସହରର ବିଭିନ୍ନ ୱାର୍ଡରେ ରହିଥିବା ନର୍ଦ୍ଧମାଗୁଡ଼ିକ ନିୟମିତ ଭାବେ ସଫେଇ କରାଯାଉନାହିଁ। ଡ଼େଙ୍ଗୁ ରୋକିବା ଲାଗି ଯେଉଁସବୁ ପଦକ୍ଷେପ ନେବା କଥା ତାହା ପ୍ରଶାସନ ନେଉ ନ ଥିବାରୁ ଡ଼େଙ୍ଗୁ କାୟା ବିସ୍ତାର କରି ଚାଲିଥିବା କହିଛନ୍ତି ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଦୁଇ ସପ୍ତାହରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ୫୮ରେ ପହଞ୍ଚିଥିବା ବେଳେ ପ୍ରଶାସନ ତତ୍ପରତା ଦେଖାଉ ନାହିଁ। କେନ୍ଦ୍ରାପଡ଼ା ସହର ସମେତ ଅନ୍ୟ ସ୍ଥାନରେ ରହିଥିବା ନାଳ, ନର୍ଦ୍ଧମା ସଫେଇ ନ ହୋଇ ସେଭଳି ପଡ଼ିରହିଛି। ଫଳରେ ଏଡିସ ମଶାବଂଶ ବୃଦ୍ଧି ହେବା ସହ ଡ଼େଙ୍ଗୁ ବ୍ୟାପିବାରେ ସହାୟକ ହେଉଛି। ଅନ୍ୟପଟେ ଏଡିଏମ୍‌ଓ ଡା. ମିର୍ଜା ବାବର ବେଗ୍‌ କହିଛନ୍ତି, ଯେଉଁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି ସେମାନେ ଜିଲ୍ଲା ବାହାରୁ ଫେରିଛନ୍ତି। ସେମାନେ ଏଠାରେ ଆକ୍ରାନ୍ତ ହୋଇନାହାନ୍ତି

Related Posts