ବଜେଟ ୨୦୨୨; ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ ୮୦ ଲକ୍ଷ ଘର; ଏନେଇ ବଜେଟରେ ୪୮ ହାଜର କୋଟି ଟଙ୍କା ପାରିତ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟକୁ ସଂସଦରେ ଉପସ୍ଥାପନ କରୁଛନ୍ତି। ଏହି ବଜେଟରେ ସୀତାରମଣ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ତେବେ ୨୦୨୨-୨୩ ଆର୍ଥିକ ବର୍ଷରେ ୮୦ ଲକ୍ଷ ପ୍ରଧାନମନ୍ତ୍ରୀ ଆୱାସ ଘର ନିର୍ମାଣ ହେବ।

ଯେଉଁଥିପାଇଁ ସରକାର ୪୮ ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ମିଶନ ମଧ୍ୟରୁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ହେଉଛି ସବୁଠାରୁ ପ୍ରତିଷ୍ଠିତ । ସେପଟେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ଗୃହ ଯୋଗାଇବା ପାଇଁ କେନ୍ଦ୍ର ସରକାର ଏକ ଲକ୍ଷ୍ୟ ସ୍ଥିର କରିଛନ୍ତି।

Related Posts