ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟକୁ ସଂସଦରେ ଉପସ୍ଥାପନ କରୁଛନ୍ତି। ସାଧାରଣ ବଜେଟ୍ ଉପସ୍ଥାପନ କରିବାବେଳେ ସୀତାରମଣ ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଠାରୁ ଦେଶରେ ଇଲେକ୍ଟ୍ରୋନିକ୍ ଚିପ୍ ପାସପୋର୍ଟ ପ୍ରଦାନ କରାଯିବ। ଯାହା ରେଡିଓ-ଫ୍ରିକ୍ୱେନ୍ସି ଚିହ୍ନଟ ଏବଂ ବାୟୋମେଟ୍ରିକ୍ସ ଉପରେ ଆଧାରିତ ହେବ । ନୂତନ ଇ-ପାସପୋର୍ଟ ବାୟୋମେଟ୍ରିକ୍ ତଥ୍ୟକୁ ସୁରକ୍ଷିତ କରିବ ଏବଂ ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ ମାନାଙ୍କ ସହିତ ମଧ୍ୟ ରହିବ ।
ଏଥି ସହିତ, ଇ-ପାସପୋର୍ଟ ସେବା ଆରମ୍ଭ କରି ଭାରତ ଏହିପରି ପାସପୋର୍ଟ ସେବା ଯୋଗାଉଥିବା ମନୋନୀତ ଦେଶ ତାଲିକାରେ ଅନ୍ତର୍ଭୁକ୍ତ ହେବ । ଅନ୍ୟପଟେ ୨୦୨୨ ମସିହାରେ ଭାରତ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ୮୩ ତମ ସ୍ଥାନରେ ରହିଛି । ଗତ ୯୦ ତମ ସ୍ଥାନରୁ ଭାରତ ନିଜର ର଼୍ୟାଙ୍କିଙ୍ଗରେ ଉନ୍ନତି ଆଣିବାରେ ସଫଳ ହୋଇଥିବାବେଳେ ଜାପାନ ଏବଂ ସିଙ୍ଗାପୁର ଏହି ତାଲିକାରେ ଶୀର୍ଷରେ ରହିଛନ୍ତି।
