ଗଞ୍ଜାମ ବଡ଼ଗଡ଼ ଥାନା ରାଶିବାଡ଼ି ଗାଁରେ ଫୁଟିଲା ଗୁଳି: ସ୍ୱାମୀର ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର

ସାନଖେମୁଣ୍ଡି: ଗଞ୍ଜାମ ବଡ଼ଗଡ଼ ଥାନା ରାଶିବାଡ଼ି ଗାଁରେ ଫୁଟିଲା ଗୁଳି । ପାରିବାରିକ କଳହ ଭୟଙ୍କର ରୂପ ଧାରଣ କରିଛି । ଫଳରେ ଏହି ଗୁଳିମାଡ଼ରେ ଜଣେ ମହିଳା ଗୁରୁତର ହୋଇଛନ୍ତି ।ଗୁରୁତର ମହିଳା ଜଣଙ୍କ ପରାଣ୍ଡି ପାତ୍ର ବୋଲି ସୂଚନା ମିଳିଛି।

ତାଙ୍କୁ ଗୁରୁତର ଅବସ୍ଥାରେ ଆସିକା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତାଙ୍କର ବାମ ହାତର କାନ୍ଧରେ ଗୁଳି ବାଜିଛି । ତେବେ ଆଶ୍ଚର୍ଯ୍ୟର କଥା ଯେ ସ୍ୱାମୀ ଏହି ଗୁଳିମାଡ଼ କରିଥିବା ଅଭିଯୋଗ ଆଣିଛନ୍ତି ଗୁରୁତର ସ୍ତ୍ରୀ ।

ତେବେ କାହିଁକି ଏହି ଗୁଳିକାଣ୍ଡ ଘଟିଛି ସେନେଇ କିଛି ତଥ୍ୟ ହସ୍ତଗତ ହୋଇନି । ପୋଲିସ ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts