୪ଜି ସାଇକେଲ ହେଲେ ୫ଜି ଉଡ଼ାହାହଜ: ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ: ଗୁଜରାଟର ଅଡଲାଜର ତ୍ରିମନ୍ଦିରରେ ମିଶନ ସ୍କୁଲ ଅଫ୍ ଏକ୍ସିଲେନ୍ସୀର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଗୁଜରାଟର ୨୦ ହଜାର ସ୍କୁଲ ଶିକ୍ଷାରେ ୫ଜିରେ ପ୍ରବେଶ କରିବାକୁ ଯାଉଛି। ଏହି ଅବସରରେ ପିଏମ ମୋଦୀ ୫ଜି ବିଷୟରେ ବୁଝାଇ କହିଥିଲେ ଯେ ୪ଜି ସାଇକେଲ ହେଲେ ୫ଜି ହେଉଛି ଉଡ଼ାହାହଜ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୫ଜି ସ୍ମାର୍ଟ ସୁବିଧା, ସ୍ମାର୍ଟ କ୍ଳାସ୍, ସ୍ମାର୍ଟ ଟିଚିଂଠୁ ନେଇ ଆମର ଶିକ୍ଷା ବ୍ୟବସ୍ଥାକୁ ପରବର୍ତ୍ତୀ ସ୍ତରକୁ ନେବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏବେ ଭର୍ଚୁଆଲ୍ ରିଆଲିଟି, ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସର ଶକ୍ତିକୁ ସ୍କୁଲରେ ଅନୁଭବ କରାଯାଇପାରିବ। ସଂପ୍ରତି ଇଂରାଜୀ ଭାଷାରେ ପଢ଼ିବା ଲେଖିବା ବୁଦ୍ଧିଜୀବୀ ହେବାର ମାନଦଣ୍ଡ ପାଲଟିଯାଇଛି।

ମୋଦୀ କହିଛନ୍ତି ଭାଷା କେବଳ ସମ୍ବାଦର ମାଧ୍ୟମ ହୋଇଥାଏ। ଏବେ ଆମେ ଭାରତୀୟ ଭାଷାରେ ବିଜ୍ଞାନ, ଟେକ୍ନୋଲୋଜୀ ଏବଂ ମେଡିକାଲ ଶିକ୍ଷାର ବିକଳ୍ପ ପାଇଁ ଚେଷ୍ଟା କରୁଛନ୍ତି।

Related Posts