ଜଳୁଛି ଉତ୍ତର ଭାରତ: 49 ଡିଗ୍ରୀ ତାପମାତ୍ରା ପାର୍‌

ନୂଆଦିଲ୍ଲୀ: ସମଗ୍ର ଦେଶରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ, କିନ୍ତୁ ଜଳୁଛି ଉତ୍ତର ଭାରତ | ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆକାଶରୁ ନିଆଁ ବର୍ଷା ହେଉଛି | ପାଣିପାଗ ବିଭାଗ କେରଳରେ ପ୍ରବଳ ବର୍ଷା ଓ 5ଟି ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରିଥିବାବେଳେ ରବିବାର ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ 49 ଡିଗ୍ରୀ ତାପମାତ୍ରା ପାର୍‌ କରିଥିଲା । ତାପମାତ୍ରା ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି । ପାଣିପାଗ ବିଭାଗର ସୂଚନା ମୁତାବକ, ଦିଲ୍ଲୀର ସଫଦରଗଞ୍ଜରେ ତାପମାତ୍ରା 45.6 ଡିଗ୍ରୀ ରେକର୍ଡ କରାଯାଇଛି । ଚଳିତବର୍ଷ ଏହା ସବୁଠାରୁ ସର୍ବାଧିକ ତାପମାତ୍ରା । ଉଲ୍ଲେଖଯୋଗ୍ୟ ଯେ, ସଫଦରଗଞ୍ଜର ତାପମାତ୍ରାକୁ ଦିଲ୍ଲୀ ତାପମାତ୍ରାର ମାନଙ୍କ ବିଚାର କରାଯାଏ ।

ସୂଚନାଅନୁସାରେ, ମେ 31, 1994 ରେ ତାପମାତ୍ରା 48.8 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ରାଜସ୍ଥାନର ଚରୁ ଏବଂ ପିଲାନି ସର୍ବାଧିକ ତାପମାତ୍ରା ଯଥାକ୍ରମେ 47.9 ଏବଂ 47.7 ଡିଗ୍ରୀ ସେଲସିୟସ୍ ରହିଥିଲା । ଏହାସହ ଶ୍ରୀଗଙ୍ଗାନଗର ଏବଂ ଜାନସୀ (47.6), ନର୍ନାଉଲ୍ (47.5), ଖଜୁରାହୋ ଏବଂ ନୋଗଙ୍ଗ (47.4) ଏବଂ ହିସର (47.2) ତାପମାତ୍ରା ରେକର୍ଡ କରାଯାଇଥିଲା ବୋଲି ଆଇଏମଡି କହିଛି। ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ, ଜାମ୍ମୁ, କାଶ୍ମୀର, ଲଦାଖ, ବାଲୁଚିସ୍ତାନ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ବିହାରର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ସାଧାରଣ ତାପମାତ୍ରା ଠାରୁ 5 ଡିଗ୍ରୀ ଅଧିକ ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।ପଶ୍ଚିମ ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ପଞ୍ଜାବରେ ଆସନ୍ତା ଦୁଇ ଦିନ ପାଇଁ ହିଟଓ୍ବେଭ ସତର୍କତା ଜାରି କରାଯାଇଛି । ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଉତ୍ତର ଓ ଉତ୍ତର ପଶ୍ଚିମ ଭାରତର ଅନେକ ସ୍ଥାନରେ ତାପମାତ୍ରା 47 ଡିଗ୍ରୀ ଉପରେ ରହୁଛି । ପାଣିପାଗ ବିଭାଗ ଅନୁଯାୟୀ, ଗରମ ଓ ଝାଞ୍ଜି ପବନ ପାଇଁ ଦିଲ୍ଲୀରେ ଗ୍ରୀଷ୍ମ ପ୍ରଭାବ ଦେଖାଦେଇଛି । ଅପରପକ୍ଷେ ଦୁଇଦିନରେ ମହାରାଷ୍ଟ୍ରର ଦକ୍ଷିଣ ଭାଗରେ ବିଭିନ୍ନ ଅଞ୍ଚଳରେ ଅଧିକ ତାପମାତ୍ରା 4 ଡିଗ୍ରୀ ସେଲସିୟସ ବଢ଼ିପାରେ ।

Related Posts