ଘର ଭିତରେ କବାଟ ଦେଇ ମାଆକୁ ବାଡେଇ ବାଡେଇ ହତ୍ୟା କଲା ପୁଅ

ଅନୁଗୁଳ : ଜନ୍ମ କଲା ମା କୁ ହତ୍ୟା କଲା ପୁଅ | ଘର ଭିତରେ କବାଟ ଦେଇ ମାକୁ ବାଡେଇ ବାଡେଇ ହତ୍ୟା କରିଛି ପୁଅ | ଅନୁଗୁଳ ବାଗଡ଼ିଆ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ହେଲେ ବାଗେଡ଼ିଆ ଦେହୁରୀ ସାହିର ବୀଣାପାଣି ଦାସ।

ଖବର ଅନୁଯାୟୀ, ବୀଣାପାଣିଙ୍କୁ ତାଙ୍କର ସାନପୁଅ ତୁଷାର କାନ୍ତ ଦେହୁରୀ ଟଙ୍କା ମାଗିଥିଲା । କିନ୍ତୁ ସେ ନଦେବାରୁ ପିଟିପିଟି ମାରି ଦେଇଥିବା ସୂଚନା ମିଳିଛି। ଏପିରିକି ମାରିଲା ପରେ ଘରେ ତାଲା ପକାଇ ଫେରାର ହୋଇଯାଉଛି ।

ସେପଟେ ଖବର ପାଇ ଦେବଗଡ଼ ପାଖରୁ ତୁଷାରକୁ ଗିରଫ କରିଛି ପୋଲିସ। ଘରେ କେବଳ ମା ପୁଅ ରହୁଥିଲେ। ବଡ଼ ପୁଅ ବାହାରେ ଚାକିରୀ କରୁଛନ୍ତି। ଘଟଣା ଜଣାପଡିବା ପରେ ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Related Posts