ଜଳୁଛି ଶିମିଳାପାଳ; ନିଆଁ ଲଗାଉଥିବାବେଳେ ୫ ଜଣଙ୍କୁ ଧରିଲା ବନ ବିଭାଗ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜଳୁଛି ଶିମିଳାପାଳ ଅଭୟାରଣ୍ୟ । ଏହା ମଧ୍ୟରେ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ୫ ଜଣକୁ ଧରିଛି ବନବିଭାଗ । ଆଜି ତାଳବନ୍ଧ ରେଞ୍ଜର ୬ ଟି ଏବଂ ଚହଲା ରେଞ୍ଜ ଗୋଟିଏ ପଏଣ୍ଟରେ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବାକୁ ବନଭିଭାଗ କର୍ମଚାରୀ ଓ ଅଗ୍ନିଶମ ବିଭାଗ ନିୟୋଜିତ କରାଯାଇଛି ।

ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ନଅଣା ରେଞ୍ଜ ଅଞ୍ଚଳରେ ଜଙ୍ଗଲ ଭିତରେ ନିଆଁ ଲଗାଉଥିବା ସମୟରେ ୫ ଜଣକୁ ଗିରଫ କଲା ବନବିଭାଗ । ଏହି ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ର ଏସି .ଏଫ .ପ୍ରଦୀପ ଦେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ନିଆଁକୁ ଆୟତ୍ତ୍ୱ କରିବା ପାଇଁ ବନ ବିଭାଗ ଆପ୍ରାଣ ଉଦ୍ୟମ କରୁଥିବାବେଳେ ଏପରି ଘଟଣା ସାମ୍ନାକୁ ଆସିଛି ।

Related Posts