ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା । ଅଟୋମେଟିକ ମେକାନିଜିମ ଆଧାରରେ ବଢ଼ିଲା ବସ୍ ଭଡ଼ା ବଢ଼ିଛି। ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି। ବସ୍ ଭଡ଼ା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ନିଷ୍ପତ୍ତି ଅନୁସାରେ ସାଧାରଣ ଓ ଏକ୍ସପ୍ରେସ ଭଡ଼ା ୯୦ରୁ ୯୨ ପଇସାକୁ ବୃଦ୍ଧି ପାଇଛି।

ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି। ସୁପର ପ୍ରିମିୟମ୍ ଭଡ଼ା କିମି ପିଛା ୬ ପଇସା ବଢ଼ିଛି। ଏକ୍ସପ୍ରେସ ବସ୍ ଭଡ଼ା ୯୪ରୁ ୯୬ ପଇସାକୁ ବଢ଼ିଲା। ଡିଲକ୍ସ ଭଡ଼ା ୧ ଟଙ୍କା ୩୧ରୁ ୧ ଟଙ୍କା ୩୫ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୫୯ରୁ ୧ ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି। ସୁପର ପ୍ରିମିୟମ ଭଡ଼ା କିମି ପିଛା ୬ ପଇସା ବଢ଼ିଲା। ସୁପର ପ୍ରିମିୟମ୍ ଭଡ଼ା ୨ ଟଙ୍କା ୪୭ରୁ ବଢ଼ି ୨ ଟଙ୍କା ୫୩ ପଇସା ହୋଇଛି ।

Related Posts