ବିଶ୍ୱର ଆଉ କାହାକୁ ମୋର ବିଶ୍ୱାସ ନାହିଁ: ଜେଲେନସ୍କି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ଧରି ଯୁଦ୍ଧ ଲାଗି ରହିଛି । ସେପଟେ ଆକ୍ରମଣମାରୀ ରୁଷ ବିରୋଧରେ ବାରମ୍ବାର ସାହାଯ୍ୟ ସହାୟତା ପାଇଁ ବିଶ୍ୱ ସମୁଦାୟକୁ ନିବେଦନ କରି ଶେଷରେ ନିରାଶ ହୋଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲରଦିମିର ଜେଲେନସ୍କି। ଅନେକ ଦେଶ ସହାୟତା ଦେଉଥିବାର ବେଳେ ଆଉ ଏମିତି କିଛି ଦେଶ ଅଛନ୍ତି ଯେଉଁମାନେ କେବଳ ପ୍ରତିଶୃତି ଦେବା ଛଡ଼ା ଆଉ କିଛି କରୁ ନାହାନ୍ତି । ଏପରିକି ନାଟୋ ମଧ୍ୟ କୌଣସି ସାହାଯ୍ୟ କରିନଥିଲା । ଏହା ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ରୁଷର ଅନୁପ୍ରବେଶ ପରେ ତାଙ୍କ ପଡ଼ୋଶୀ ପ୍ରତି ଆଉ ବିଶ୍ୱାସ ନାହିଁ। ମୁଁ ଏ ବିଶ୍ୱକୁ ବିଶ୍ୱାସ କରେ ନାହିଁ। ଆମେ କାହାର କଥାକୁ ବିଶ୍ୱାସ କରିପାରୁନୁ। ରୁଷର ଆକ୍ରମଣ ପରେ ଆମ ପଡ଼ୋଣୀ ଉପରେ ଭରସା ନାହିଁ ବୋଲି ଜେଲେନସ୍କି କହିଛନ୍ତି । ଏହା ସହ ଆମର କେବଳ ନିଜକୁ, ଆମ ଲୋକଙ୍କୁ ଓ ସେନା ଉପରେ ବିଶ୍ୱାସ ରହିଛି। ସେହିପରି ଏହି ବିପଦ ସମୟରେ ଯେଉଁ ଦେଶମାନେ କଥା ନୁହେଁ କାମରେ ସହ ଛିଡ଼ା ହୋଇଛନ୍ତି ଆମେ ତାଙ୍କୁ ବିଶ୍ୱାସ କରୁ।

ଆମେରିକା ଗଣମାଧ୍ୟମ ସିଏନଏନକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ଜଲେନସ୍କି। ସେ କହିଛନ୍ତି ଯେ, କିଭରୁ ରୁଷର ସେନା ପ୍ରତ୍ୟାହାର କରିନେଇଛି। କିନ୍ତୁ ଏହାର ଅର୍ଥ ନୁହଁ ଯେ, ସେ ଆଉ ଭବିଷ୍ୟତରେ ଆକ୍ରମଣ କରିବ ନାହିଁ। କାରଣ ଡନବାସକୁ ଅକ୍ତିଆର କରିବାରେ ରୁଷ ସଫଳ ହୋଇଛି। ଆମେ ରୁଷ ବିରୋଧରେ ଲଢ଼େଇ ଜାରି ରଖିଛୁ ଏବଂ ସେମାନ ପଛଘୁଞ୍ଚା ଦେଇଛନ୍ତି। ସେମାନେ କିଭରୁ ପଳାୟନ କରିଛନ୍ତି। ହେଲେ ସେମାନେ ଡନବାସକୁ କବ୍ଜା କରିନେଇ ଥିବାରୁ ପୁଣି ଥରେ ଯେ, କିଭ୍ ମୁହାଁ ହୋଇ ନପାରିନ୍ତି କହିବେ ନାହିଁ। ତେଣୁ ସେଥି ପାଇଁ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ। ସେମାନଙ୍କୁ ଅଟକାଇବା ପାଇଁ ଜଗିବାକୁ ପଡ଼ିବ। ଏବେ ଡନ୍ବାସ ଅଞ୍ଚଳରେ ରୁଷ ବିରୋଧରେ ଲଢ଼େଇ ପାଇଁ ୟୁକ୍ରେନ୍ ସେନା ପ୍ରସ୍ତୁତ ହେଉଛି। ୟୁକ୍ରେନ ତାର ପୂର୍ବାଞ୍ଚଳକୁ ସହଜରେ ଛାଡ଼ିବ ନାହିଁ ବୋଲି ଜେଲେନସ୍କି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts