ବ୍ରଜରାଜନଗର ଉପନିର୍ବାଚନ: ଦିନ ୧ଟା ସୁଦ୍ଧା ୪୮ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

ଝାରସୁଗୁଡ଼ା : ଆଜି ପଡ଼ିଛି ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ । ସକାଳ 7 ଟାରୁ ଆରମ୍ଭ ହୋଇଛି ମତଦାନ ପକ୍ରିୟା । ତେବେ ସକାଳ 7 ଟାରୁ ଆରମ୍ଭ ହୋଇଥିବା ବେଳେ ଦିନ ୧ଟା ସୁଦ୍ଧା ୪୮ ପ୍ରତିଶତ ମତଦାନ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଦିନ ୯ଟା ସୁଦ୍ଧା ୧୧ ପ୍ରତିଶତ ଏବଂ ଦିନ ୧୧ଟା ସୁଦ୍ଧା ୨୩ ପ୍ରତିଶତ ମତଦାନ ହୋଇଥିଲା ।

ଖବର ଅନୁଯାୟୀ, ମଙ୍ଗଳବାର ବ୍ରଜରାଜନଗର ଉପନିର୍ବାଚନ ଲାଗି ଜାରି ରହିଛି ମତଦାନ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ଭୋଟ୍ ଗ୍ରହଣ । ୧୧ ଜଣ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ୨ଲକ୍ଷ ୧୪ହଜାର ୮୭୮ ଭୋଟର। ଭୋଟ ଗ୍ରହଣ ପାଇଁ ୨୭୯ ବୁଥ ହୋଇଛି । ଏଥର ୬୦ଟି ବୁଥ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେସବୁ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଭିଡିଓଗ୍ରାଫି କରାଯାଉଛି । ଭୋଟ୍ ଗ୍ରହଣ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି । ଏଥର ବୁଥ୍‌ରେ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଯବାନ ମୁତୟନ କରାଯାଇଛି ।

Related Posts