ମହଙ୍ଗା ମାଡ଼: କାଲିଠୁ ସିଲିଣ୍ଡର ଦର ଦାମ ବୃଦ୍ଧି !

ନୂଆଦିଲ୍ଲୀ : ଗ୍ରାହକଙ୍କ ପକେଟ ଉପରେ ପୁଣି ବଢିବ ବୋଝ । ହେବ ମହଙ୍ଗା ମାଡ଼ । ପୁଣିଥରେ ବଢିବାକୁ ଯାଉଛି ସିଲିଣ୍ଡରର ଦାମ । ବାସ୍ତବରେ ପ୍ରତି ମାସ ପହିଲାରେ ରନ୍ଧନ ଗ୍ୟାସର ଦରବୃଦ୍ଧି ନିର୍ଦ୍ଧାରଣ ହୋଇଥାଏ । ଯାହା ଅନୁମାନ ଲଗାଯାଉଛି, କି କାଲି ପୁଣିଥରେ ସିଲିଣ୍ଡର ଦାମ ବଢିବାକୁ ଯାଉଛିି ।

ସୂଚନା ଥାଉକି, ଜୁନ୍ ପହିଲାରୁ ରୋଷେଇ ଗ୍ୟାସ ସହ ଅନେକ ଗୁଡିଏ ଜିନିଷର ଦରବୃଦ୍ଧି ହେବାକୁ ଯାଉଛି ।

ଅନ୍ତର୍ଜାତୀୟ ବଜାରରେ ଗ୍ୟାସ ମୂଲ୍ୟରେ କ୍ରମାଗତ ବୃଦ୍ଧି ହେବାରେ ଲାଗିଛି । ଏପରି ପରିସ୍ଥିତିରେ, ଯଦି ଆପଣ ବର୍ଦ୍ଧିତ ମୂଲ୍ୟରୁ ମୁକ୍ତି ଚାହୁଁଛନ୍ତି, ତେବେ ଆଜି ହିଁ ଆପଣଙ୍କର ଏଲପିଜି ସିଲିଣ୍ଡର ବୁକ୍ କରନ୍ତୁ । ଯଦି ଆପଣ ଆଜି ବୁକ୍ କରନ୍ତି ତେବେ ଆପଣଙ୍କୁ ନୂଆ ଦର ଦେବାକୁ ପଡିବ ନାହିଁ ।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମେ ୧୯ରେ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୩.୫୦ ଟଙ୍କା ବୃଦ୍ଧି କରିଥିଲେ ।

ବର୍ତ୍ତମାନ ଦିଲ୍ଲୀର ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ (ଏଲପିଜି ପ୍ରାଇସ୍ ଦିଲ୍ଲୀ) ୧୦୦୩ ଟଙ୍କା ରହିଛି । ମୁମ୍ବାଇରେ ଘରୋଇ LPG ର ମୂଲ୍ୟ ସିଲିଣ୍ଡର ପିଛା ୧୦୦୩.୫୦ ଟଙ୍କା । କୋଲକାତାରେ, ଗ୍ରାହକଙ୍କୁ ଏଲପିଜି ସିଲିଣ୍ଡର ପାଇଁ ୧,୦୨୯ ଟଙ୍କା ଦେବାକୁ ପଡିବ । ସେହିଭଳି ଚେନ୍ନାଇରେ ଘରୋଇ ସିଲିଣ୍ଡରର ମୂଲ୍ୟ ୧୦୫୮.୫୦ ପଇସା ରହିଛି ।

Related Posts