ନିର୍ବାଚନ ପୂର୍ବରୁ ଲାଗୁ ହେବ ସିଏଏ: ଅମିତ ଶାହ

 ଭୁବନେଶ୍ୱର,୧୧/୨(ସତ୍ୟପାଠ ବ୍ୟୁରୋ):  ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ୨୦୧୯ରେ ପ୍ରଣୟନ ହୋଇଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ସଂକ୍ରାନ୍ତ ଆବଶ୍ୟକ ନିୟମ ଜାରି କରାଯିବା ପରେ ଆସନ୍ତା ନିର୍ବାଚନ ପୂର୍ବରୁ ହିଁ କାର୍ଯ୍ୟକାରୀ ହେବ। ସିଏଏ ନେଇ ବିରୋଧୀ ଦଳମାନେ ମୁସଲମାନ ଭାଇମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ଏବଂ ସିଏଏ ବିରୋଧରେ ଉତ୍ତେଜିତ କରାଯାଉଛି। ସିଏଏ କେବଳ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ନିର୍ଯାତନାର ଶିକାର ହୋଇ ଭାରତକୁ ଆସିଥିବା ଲୋକଙ୍କୁ ନାଗରିକତା ଦେବା ପାଇଁ ଉଦ୍ଦିଷ୍ଟ। ଏହା କାହାର ଭାରତୀୟ ନାଗରିକତା ଛଡ଼ାଇ ନେବା ପାଇଁ ନୁହେଁ ବୋଲି ଶାହ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ କହିଛନ୍ତି। ଆଗାମୀ ନିର୍ବାଚନରେ ବିଜେପି ୩୭୦ ଓ ଏନଡିଏ ୪୦୦ରୁ ଅଧିକ ଆସନ ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବ ବୋଲି ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Related Posts