ଆଜି ମହାରାଷ୍ଟ୍ର ସିନ୍ଦେ ସରକାରର କ୍ୟାବିନେଟ ସମ୍ପ୍ରସାରଣ

ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ସିନ୍ଦେ ସରକାରଙ୍କ ଆଜି ହେବ କ୍ୟାବିନେଟ ସମ୍ପ୍ରସାରଣ । ପ୍ରାୟ ୧୪ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ହୋଇ କ୍ଷମତା ହାତେଇବା ପରେ ବି ନିଜ କ୍ୟାବିନେଟ ସମ୍ପ୍ରସାରଣ କରିପାରିନାହାନ୍ତି ଏକନାଥ ସିନ୍ଦେ ବିରୋଧୀଂକ ଟାର୍ଗେଟ ର ଶିକାର ହେବା ପରେ ଆଜି ସିନ୍ଦେ ନିଜ କ୍ୟାବିନେଟର ସମ୍ପ୍ରସାରଣ କରିବା ନେଇ ଘୋଷଣା କରିଥିଲେ ।

ବିଜେପିର ବରିଷ୍ଠ ନେତା ସୁଧୀର ମୁଙ୍ଗନ୍ତୀୱର, ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନଙ୍କୁ ନୂତନ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି । ସେହିପରି ସିନ୍ଦେଙ୍କ ଦଳରୁ ଗୁଲାବ ରଘୁନାଥ ପାଟିଲ, ସାଦା ସରବନକର ଏବଂ ଦୀପକ ବସନ୍ତ କେସରକର ଶପଥ ଗ୍ରହଣ କରିପାରନ୍ତି।

ଏପଟେ ଆଦିତ୍ୟ ଠାକରେ କହିଛନ୍ତି ଯେ, ଯଦିଓ ଏକନାଥ ସିନ୍ଦେ ସରକାର ଗଠନ କରିଛନ୍ତି, ତଥାପି ସାରା ରାଜ୍ୟରେ ଲୋକମାନେ ଉଦ୍ଧବ ଠାକରେଙ୍କ ଶିବସେନା ସହିତ ଅଛନ୍ତି। ରାଜ୍ୟର ଅସ୍ଥାୟୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସିନ୍ଦେ। ଖୁବ ଶୀଘ୍ର ତାଙ୍କ ସରକାର ଭାଙ୍ଗିଯିବ ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ରାଜନୀତିର କ୍ଷମତା ପରିବର୍ତ୍ତନ ପରେ ଶିବସେନା ବିଧାୟକ ଶିନ୍ଦେ ଓ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍ ଜୁନ୍‌ ୩୦ ତାରିଖରେ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ। ସିନ୍ଦେଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବା ପରେ ଫଡ଼ନାଭିସ ଅସନ୍ତୋଷ ଥିବା କୁହାଯାଉଥିଲା। ଏଥିପାଇଁ ମନ୍ତ୍ରୀମଣ୍ଡଳ ଗଠନ ନେଇ ସହମତି ହୋଇପାରୁ ନଥିଲା। ସେବେଠାରୁ ଦୁଇ ନେତା ମାତ୍ର ଦୁଇ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ନେଇ ସରକାର ଗଠନ କରିଥିଲେ। ଯାହାକୁ ନେଇ ଉଭୟ ନେତାଙ୍କୁ ବିରୋଧୀଙ୍କ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।

Related Posts