ନୀତୀଶ କୁମାରଙ୍କ ସହ ଫୋନ ଯୋଗେ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପାଟନା: ବିହାରରେ ବଦଳିବ ସରକାର । ଏନେଇ ଚର୍ଚ୍ଚା ଓ ମାନସ ମନ୍ଥନ ଚାଲିଥିବା ବେଳେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଗତ କିଛି ଦିନ ଧରି ବିହାର ରାଜନୀତିକୁ ନେଇ ଚର୍ଚ୍ଚା ଜାରି ରହିଛି । ନୀତୀଶ କୁମାର ବିଭିନ୍ନ କାରଣରୁ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଏନଡିଏ ମେଣ୍ଟ ଛାଡି ତେଜସ୍ୱୀ ଯାଦବଙ୍କ ସହ ଆରଜେଡି ନତୃତ୍ୱଧିନ ମହାମଣ୍ଟେ ସହ ସରକାର ଗଠନ କରିପାରନ୍ତି । ତେବେ ଏହା ମଧ୍ୟ ଚର୍ଚ୍ଚା ହେଉଥିଲା ଯେ, ଯଦି ବିଜେପି ନେତୃତ୍ୱ ଆଲୋଚନା କରନ୍ତି ତେବେ ନୀତୀଶ କୁମାର ରାଜି ହୋଇଯିବେ । ବର୍ତ୍ତମାନର ସୂଚନା ଅନୁସାରେ ଅମିତ ଶାହ ଏବଂ ନୀତୀଶ କୁମାର ଫୋନରେ କଥା ହୋଇଛନ୍ତି ଏବଂ ରାଜ୍ୟରେ ଏନଡିଏ ସରକାର ଜାରି ରହିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ବିହାରେ ଆରଜେଡି ଏବଂ ଜେଡିୟୁ ମିଶି ସରକାର ଗଠନ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ନୀତୀଶ କୁମାର ବିଜେପିକୁ ଛାଡି ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ସହ ମିଶି ସରକାର ଗଠନ କରିପାରନ୍ତି । ତେବେ ଆରଜେଡି ରାଜ୍ୟ ଅଧ୍ୟକ୍ଷ ଏହି ଖବରକୁ ଖଣ୍ଡନ କରିଥିଲେ । ଆରଜେଡି ଏବଂ ଜେଡିୟୁ ମଧ୍ୟରେ ମେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂ ଜେଡିୟୁର ଇସ୍ତଫା ଦେବା ପରେ ବିହାର ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା । ଏହାପରେ ଜେଡିୟୁ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୈଠକ କରିଥିଲେ । ସୋମବାର ଆରଜେଡି ବିଧାୟକ ଦଳ ବୈଠକ ବସିବାର ଥିଲା କିନ୍ତୁ ଏହାକୁ ମଙ୍ଗଳବାର ଯାଏଁ ସ୍ଥଗିତ କରାଯାଇଛି । ଏହା ପୂର୍ବରୁ ରବିବାର ନୀତୀଶ କୁମାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ।

Related Posts