କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା; ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାମାମଲାର ଚର୍ଚ୍ଚା ଥମିବାରେ ନାଁ ନେଉନି । ଏହା ମଧ୍ୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ତେବେ ହତ୍ୟା ମାମଲାର ଅଭିଯୁକ୍ତଙ୍କ ଟିଆଇ ପରେଡ କରାଯିବ । ଏନେଇ ଚାନ୍ଦବାଲି ଜେଏମଏଫସି କୋର୍ଟ ପକ୍ଷରୁ ଅନୁମତି ଦିଆଯାଇଛି । ଅଭିଯୁକ୍ତଙ୍କୁ ଟିଆଇ ପରେଡ ଅନୁମତି ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଗତ ୧୩ ତାରିଖରେ ଆବେଦନ କରାଯାଇଥିଲା ।

ଆବେଦନର ବିଚାର କରି ଚାନ୍ଦବାଲି ଜେଏମଏଫସି କୋର୍ଟ ଏହି ଅନୁମତି ଦେଇଛନ୍ତି । ସେପଟେ ଶନିବାର ମାନସଙ୍କୁ ଅପହରଣ କରିଥିବାର ଭାଗ୍ରଧର ନାୟକ ଏବଂ ଶର୍ମିଷ୍ଠାର ଭାଇ ପରମେଶ୍ୱର ରାଉତଙ୍କୁ ଜେରା ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ମିଳିଛି । ସେହିପରି ଆସନ୍ତା ୨୨ ତାରିଖରେ ସମସ୍ତ ଅଭୁଯୁକ୍ତ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର ହେବାକୁ କୁହାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts