ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର; ଏଥର ପ୍ରଚାର ମଇଦାନକୁ ଗଲେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଉ କିଛି ଦିନ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ନିଜର ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି । ହେଲେ ୧୬ ତାରିଖରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ହେବାକୁ ଯାଉଛି । ତେଣୁ ଆଜି ସନ୍ଧ୍ୟା ୭ଟାରେ ରାଜନୈତିକ ଦଳମାନଙ୍କର ପ୍ରଚାର ସରିବ । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜନୈତିକ ଦଳମାନେ ଜୋରଦାର ପ୍ରଚାର କରିବାରେ ଲାଗିଛନ୍ତି । ସେପଟେ ଆସନ୍ତା ୧୬ ତାରିଖରେ ହେଉଥିବା ପ୍ରଥମ ପର‌୍ୟ୍ୟାୟ ନିର୍ବାଚନରେ ୭୧ଟି ବ୍ଲକ୍ର ୨୦୦ ଜିଲ୍ଲା ପରିଷଦ ଜୋନ୍ରେ ମତଦାନ ହେବ । ଉକ୍ତ ଦିନ ୨୨ ହଜାର ୩୭୯ଟି ଓ୍ୱାର୍ଡ ଓ ୧୬ ଶହ ୬୯ଟି ପଂଚାୟତରେ ଭୋଟ୍ ଗ୍ରହଣ କରାଯିବ । ଯେଉଁଥିରେ ସାମିଲ ହେବେ ୬୭ ଲକ୍ଷ ୫୧ ହଜାର ଭୋଟର । ଏଥିଲାଗି ଆଜି ୧୧ଟି ଜିଲ୍ଲା ଏବଂ ୧୫ ତାରିଖରେ ୧୯ଟି ଜିଲ୍ଲାକୁ ଯିବେ ପୋଲିଂ ପାର୍ଟି । ଆଜି ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ପୋଲିଂ ବୁଥ୍କୁ ଯିବେ ପୋଲିଂ ପାର୍ଟିଂ । ପ୍ରଚାର ସମୟସୀମା ଶେଷ ହେବା ପରେ ରାଜନୈତିକ ଦଳର ନେତା ଓ ଅନ୍ୟ ଅଂଚଳର ନେତାମାନେ ସ୍ଥାନୀୟ ଅଂଚଳରେ ରହିପାରିବେନି ।

ପଂଚାୟତ ନିର୍ବାଚନ ପାଇଁ ମୋଟ୍ ୫ଟି ପର‌୍ୟ୍ୟାୟରେ ଭୋଟ୍ ଗ୍ରହଣ ହେବ । ଏହାପରେ ତିନି ଦିନ ଧରି ୨୬, ୨୭ ଓ ୨୮ରେ ବ୍ଳକ୍ ହେଡକ୍ୱାଟରଗୁଡ଼ିକରେ ଗଣତି ହେବ । ଅନ୍ୟପଟେ ଆଜି ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ସରୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟକ ଏଥର ପ୍ରଚାର ମଇଦାନକୁ ଓହ୍ଲାଇନାହାନ୍ତି । ନବୀନ ଭର୍ଚୁଆଲ ଫ୍ଲାଟଫର୍ମରେ ପ୍ରଚାରରେ ସାମିଲ ହେବେ ବୋଲି ନେତାମାନେ ଆଶା କରିଥିଲେ । କିନ୍ତୁ ଏ ଯାଏଁ ସେଭଳି କୌଣସି ପ୍ରଚାରର ଆୟୋଜନ କରାଯାଇନାହିଁ । ଗତ ପଂଚାୟତ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଙ୍କ ସହ ବଡ ବଡ ନେତା ବିଜେପି ପାଇଁ ମାରାଥନ ପ୍ରଚାର କରିଥିଲେ । କିନ୍ତୁ ଧର୍ମେନ୍ଦ୍ରଙ୍କୁ ଏ ଯାଏଁ ପ୍ରଚାରରେ ଦେଖିବାକୁ ମିଳିନାହିଁ । କେବଳ ଭର୍ଚୁଆଲ ପ୍ଲାଟଫର୍ମରେ ଜିଲ୍ଲାପରିଷଦ ପ୍ରାର୍ଥୀ ଓ ଦଳୀୟ ନେତାଙ୍କୁ ଧର୍ମେନ୍ଦ୍ର ସମ୍ବୋଧିତ କରିଥିଲେ ।

Related Posts