ଭିଜିଲାନ୍ସ ଜାଲରେ ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟ ଯନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟ ଯନ୍ତ୍ରୀ ତଥା ମୁଖ୍ୟ ନିରୀକ୍ଷକ ସୁନିଲ କୁମାର ପଣ୍ଡା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରରେ ଭିଜିଲାନ୍ସ ରେଡ୍ କରିଥିବାର ସୂଚନା ମିଳିଛି । ସମ୍ବଲପୁର ଓ ଖୋର୍ଦ୍ଧା ସମେତ ସୁନିଲଙ୍କର ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି । ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟଙ୍କ ଓ୍ୱାରେଣ୍ଟ ବଳରେ ୨ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର, ୨ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଛନ୍ତି ।

ସମ୍ବଲପୁରର ଗ୍ରୀନ ପାର୍କରେ ଥିବା ଫ୍ଲାଟ ନମ୍ବର ୨୦୧ ବାସଭବନ, ତାଙ୍କ ବାପାଙ୍କ ନାମରେ ଥିବା ଫ୍ଲାଟ ନମ୍ବର ୨୦୩ର ପୈତୃକ ଘର, ଭୁବନେଶ୍ୱର ଖଣ୍ଡଗିରିର କସ୍ମୋପଲିସରେ ଥିବା ଫ୍ଲାଟ ନମ୍ବର ୨୨୨ ଏବଂ ସମ୍ବଲପୁର ବୁଢ଼ାରଜାରେ ଥିବା ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢଉ କରାଯାଉଛି । ଏହା ମଧ୍ୟରେ ସବୁଠାରୁ ରୋଚକ କଥାଟି ହେଉଛି ସୁନିଲ କୁମାର ପଣ୍ଡା ଆସନ୍ତା ଜୁନ ମାସରେ ଅବସର ଗ୍ରହଣ କରିଥାନ୍ତେ । ଅବସରର କିଛି ମାସ ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି ।

Related Posts