
ନୂଆଦିଲ୍ଲୀ : ମୌସୁମୀ ଜନିତ ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀ-ଏନସିଆର ସମେତ ଅନେକ ରାଜ୍ୟରେ ପରିସ୍ଥିତି ସଂଗୀନ ହୋଇଛି । ଶୁକ୍ରବାର ମଧ୍ୟ ରାଜଧାନୀରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଏନେଇ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି ।
ସୂଚନା ଥାଉକି, ଦିଲ୍ଲୀର ଲୋକଙ୍କୁ ସପ୍ତାହକ ଯାଏଁ ଲଗାଣ ବର୍ଷାର ସମ୍ମୁଖୀନ ହେବେ । ଏହା ବ୍ୟତୀତ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଲଗାତାର ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମଡି ବିଜ୍ଞପ୍ତି ଅନୁଯାୟୀ, ୨୩ ସେପ୍ଟେମ୍ବର ଶୁକ୍ରବାର ଦିନ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମ ଏବଂ ପୂର୍ବ ଉତ୍ତରପ୍ରଦେଶ, ପୂର୍ବ ରାଜସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏହା ବ୍ୟତୀତ ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ ବର୍ଷା ହେତୁ ରାଜଧାନୀରେ ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି । ଲୋକଙ୍କ ଜୀବନ ଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି କହିଲେ ଚଳେ । ବର୍ଷା ପାଇଁ ନୋଏଡା ଏବଂ ଗ୍ରେଟର ନୋଏଡାର ପ୍ରଥମ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିଛି । ଜିଲ୍ଲା ବିଦ୍ୟାଳୟ ଇନ୍ସପେକ୍ଟର ଧରମବୀର ସିଂ କହିଛନ୍ତି ଯେ ପାଣିପାଗ ବିଭାଗ ଏହି ଅଞ୍ଚଳରେ ବର୍ଷା ସମ୍ପର୍କରେ ସତର୍କ ସୂଚନା ଜାରି କରିଛି ।
ଏହା ପରେ ଜିଲ୍ଲା ମାଜିଷ୍ଟ୍ରେଟ ଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁଗ୍ରାମର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ଶୁକ୍ରବାରକୁ ଛୁଟିଦିନ ଘୋଷଣା କରିବାକୁ କୁହାଯାଇଛି । ଗୁରୁଗ୍ରାମ ପ୍ରଶାସନ ସମସ୍ତ କାର୍ଯ୍ୟାଳୟକୁ ଶୁକ୍ରବାର ଦିନ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛି । ବାସ୍ତବରେ, DDMA ର ପରାମର୍ଶଦାତାରେ କୁହାଯାଇଛି ଯେ ଟ୍ରାଫିକ୍ ସମସ୍ୟାକୁ ଏଡ଼ାଇବା ପାଇଁ ସମସ୍ତ କର୍ପୋରେଟ୍ ଅଫିସ୍ ସେମାନଙ୍କ କର୍ମଚାରୀଙ୍କଠାରୁ କାମ ଦେବାକୁ ପରାମର୍ଶ ଦିଆଯାଇଛି ।