ବାହାନଗା ଦୁର୍ଘଟଣାସ୍ଥଳରେ ସିବିଆଇ ଟିମ୍ ର ତଦନ୍ତ ଆରମ୍ଭ

ଭୁବନେଶ୍ୱର,୬/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ୱର ବାହାନଗାରେ ସିବିଆଇ ଟିମ୍। ଟ୍ରେନ୍ ଦୁର୍ଘଟଣାସ୍ଥଳରେ ଅନୁଧ୍ୟାନ କରୁଛନ୍ତି ତଦନ୍ତକାରୀ ଟିମ୍ । ଏହି ଟିମରେ ୧୦ରୁ ୧୨ଜଣ ସିବିଆଇ ସାମିଲ ଅଛନ୍ତି । ସିବିଆଇର ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ଦୁର୍ଘଟଣା । ଦୁର୍ଘଟଣା ପଛରେ ଅପରାଧିକ ଷଡ଼ଯନ୍ତ୍ର ରହିଛି କି ? ସେସବୁର ତଦନ୍ତ କରୁଛନ୍ତି ସିବିଆଇ ଟିମ୍ । ଏହାସହିତ ଦୁର୍ଘଟଣାରେ ଜଡିତ ପ୍ରତ୍ୟେକଙ୍କ ସହ ଆଲୋଚନା କରିବେ । କେଉଁ କାରଣରୁ ଏତେ ବଡ ଦୁର୍ଘଟଣା ହେଲା ସେନେଇ କାରଣ ଖୋଜିବ ସିବିଆଇ ।

ସେପଟେ ଗୃହ ମନ୍ତ୍ରାଳୟର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଗତକାଲି ଗ୍ରାଉଣ୍ଡ ଜିରୋରେ ରେଲଓ୍ବେ ସେଫ୍ଟି କମିଶନର ପ୍ରାଥମିକ ତଦନ୍ତ କରିଥିଲେ। ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳରେ ରେଲଓ୍ବେ ସେଫ୍ଟି କମିଶନର ଶୈଳେଶ ପାଠକ ଅନୁଧ୍ୟାନ କରିଥିଲେ। ଲୋକୋ ପାଇଲଟ ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କ ବୟାନ ରେକର୍ଡ କରାଯାଇଛି।

Related Posts