ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

qw


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆଜି ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରେଜଲ୍ଟ । ତେବେ ମୋଟ ୯୯.୩୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୯.୧୩ ପ୍ରତିଶତ । ସେହିପରି ୯୯.୬୭ ଛାତ୍ରୀ ପାସ୍ କରିଛନ୍ତି । cbseresults.nic.in ଓ cbse.gov.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଳବ୍ଧ କରାଯାଇଛି। କରୋନା ଯୋଗୁ ଚଳିତ ବର୍ଷ ପରୀକ୍ଷାକୁ ବାତିଲ କରାଯାଇଥିଲା। ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇ ଫଳ ପ୍ରକାଶ କରାଯାଇଛି।

୭୦,୦୦୪ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସେହିଭଳି ୧ ଲକ୍ଷ ୫୦ ହଜାର ୧୫୨ ଜଣ ଛାତ୍ରଛାତ୍ରୀ ୯୦ରୁ ଅଧିକ ପ୍ରତିଶତ ନମ୍ବର ରଖିଛନ୍ତି। ଚଳିତ ବର୍ଷ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବା ପାଇଁ ପଞ୍ଜିକରଣ କରିଥିଲେ। ତେବେ କରୋନା ଯୋଗୁ ପରୀକ୍ଷା କରାଯାଇପାରି ନଥିଲା। ସେଥିପାଇଁ ଏହି ଛାତ୍ରଛାତ୍ରୀମାନଙ୍କର ଦଶମ, ଏକାଦଶ ଓ ଇଣ୍ଟରନାଲ୍ ପରୀକ୍ଷାର ନମ୍ବରକୁ ନେଇ ବିକଳ୍ପ ବ୍ୟବସ୍ଥା ଯୋଗେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଯାଇଛି।

ଅନ୍ୟପଟେ ବୋର୍ଡ ଦେଇଥିବା ମାନଦଣ୍ଡ ଅନୁଯାୟୀ, ଚଳିତ ବର୍ଷ ଦ୍ୱାଦଶ ଫଳାଫଳ ୩୦:୩୦:୪୦ ଫର୍ମୁଲାରେ ସ୍ଥିର କରାଯାଇଛି। ମାର୍କିଂ ସ୍କିମ୍ ଅନୁଯାୟୀ, ଦଶମ ଏବଂ ଏକାଦଶ ଶ୍ରେଣୀରେ ୫ ଟି ମଧ୍ୟରୁ ଯେଉଁ ୩ ଟି ବିଷୟରେ ଛାତ୍ରଛାତ୍ରୀମାନେ ସର୍ବାଧିକ ସ୍କୋର କରିଛନ୍ତି ତାକୁ ଫଳାଫଳ ପ୍ରସ୍ତୁତ ପାଇଁ ଚୟନ କରାଯିବ। ଏଥି ସହିତ, ଦ୍ୱାଦଶ ଶ୍ରେଣୀର ୟୁନିଟ୍, ଟର୍ମ ଏବଂ ପ୍ରାକ୍ଟିକାଲ୍ ପରୀକ୍ଷାରେ ମିଳିଥିବା ମାର୍କ ଆଧାରରେ ଏହା ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି

Related Posts