କେନ୍ଦ୍ର ୫ ଅତିରିକ୍ତ କେଜି ଚାଉଳ ବନ୍ଦ କରିବା ପ୍ରସଙ୍ଗ: ତିନିଦିନ ଧରି ପ୍ରତିବାଦ କରିବ ବିଜେଡି

ଭୁବନେଶ୍ୱର,୧୩/୨(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କୋଭିଡ ପାଇଁ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦକୁ ନେଇ ପ୍ରତିବାଦ କରିବ ବିଜେଡି। ଆସନ୍ତା ୧୪, ୧୫ ଓ ୧୬ ତାରିଖରେ ତିନି ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଶାସକ ଦଳ। ଧାନ କ୍ରୟ କ୍ଷେତ୍ରରେ ୨୦ ହଜାର କୋଟି ଟଙ୍କା ବଜେଟରେ କମ କରାଯାଇଛି। ଉଷୁନା ଚାଉଳ ୧୮ ଲକ୍ଷ ମେଟ୍ରିକ ଟନ ଉଠୁଥିବା ବେଳେ ବର୍ତ୍ତମାନ ତାହା ୧୪ ଲକ୍ଷ ମେଟ୍ରିକ ଟନକୁ ହ୍ରାସ କରାଯାଇଛି। କେବଳ ବରଗଡ଼ ଜିଲ୍ଲାକୁ ୪ ଲକ୍ଷ ଟନ ଉଷୁନା ଚାଉଳ ଆସୁଛି। ଆଉ ୨୯ ଜିଲ୍ଲାବାସୀ କଣ କରିବେ। ଏହା ଦ୍ୱାରା ଧାନ କିଣା ବାଧାପ୍ରାପ୍ତ ହେବ। ଏପରିକି ୧୪ ହଜାର କୋଟି ଟଙ୍କା ବକେୟା ରହିଥିବା ବେଳେ କେନ୍ଦ୍ର ତାକୁ ଦେଉନାହିଁ ବୋଲି ବିଜେଡି ଅଭିଯୋଗ କରିଛି।

ଏଥିଲାଗି ୧୪ ତାରିଖରେ ରାଜଭବନ ଆଗରେ ବିଜେଡି ପକ୍ଷରୁ ଧାରଣା ଦିଆଯିବ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଠିକ୍ ସେହିପରି ୧୫ ତାରିଖରେ ପଞ୍ଚାୟତ ଅଫିସ ଆଗରେ ଆନ୍ଦୋଳନ କରିବ ବିଜେଡି। ଅପରପକ୍ଷରେ ୧୬ରେ ବ୍ଲକ ଅଫିସ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ସହ ଦଳ ବିକ୍ଷୋଭ କରିବ ବୋଲି ଜଣାଯାଇଛି।

Related Posts