କୋଭିଡ୍ ରେ ପ୍ରାଣ ହରାଇଥିବା ୬୭ ଜଣ ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କଲେ କେନ୍ଦ୍ର ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦-୨୧ ରେ କୋଭିଡ ରେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠି ରୁ ସେମାନଙ୍କ ପରିବାର ଲୋକଙ୍କୁ ଆର୍ଥକ ସହାୟତା ଯୋଗାଇବା ପାଇଁ ଯୋଜନା କରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅମିତ ଖାରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାମ୍ବାଦିକ କଲ୍ୟାଣ ଯୋଜନା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ପ୍ରସ୍ତାବ ଅନୁଯାୟୀ ୨୦୨୦-୨୧ ଆର୍ଥକ ବର୍ଷରେ କୋଭିଡ୍ ରେ ପ୍ରାଣ ହରାଇଥିବା ୨୬ଜଣ ସାମ୍ବାଦିକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥକ ସହାୟତା ପ୍ରଦାନ କରାଯିବ । ଏହା ପୂର୍ବରୁ କେନ୍ଦ୍ର ସରକାର କୋଭିଡ୍ ରେ ପ୍ରାଣ ହରାଇଥିବା ୪୧ ଜଣ ପରିବାର ଲୋକଙ୍କୁ ଆର୍ଥକ ସହାୟତା ଯୋଗାଇ ଦେଇଛନ୍ତି। ସରକାର କହିଛନ୍ତି ଯେ ମୋଟ୍ ୬୭ ଜଣ ସାମ୍ବାଦିକଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପିଆଇବି ନିଜ ପକ୍ଷରୁ କୋଭିଡ୍ ରେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ପରିବାର ଲୋକଙ୍କୁ ଦେଖାକରି ସହାୟତା ପାଇଁ ଆବେଦନ କରିବାକୁ ସଚେତନ କରାଇଥିଲେ । କମିଟି ମଧ୍ୟ ପ୍ରତି ସପ୍ତାହରେ ସାମ୍ବାଦିକ କଲ୍ୟାଣ ଯୋଜନା ବୈଠକ କରି ଆର୍ଥକ ସହାୟତା ପାଇଁ ଆବେଦନକାରୀଙ୍କ ଦରଖାସ୍ତ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଥିଲେ । ଜେଏସଡବ୍ଲୁ ବୈଠକରେ ପିଆଇବିର ପ୍ରଧାନ ମହାନିର୍ଦ୍ଦେଶକ ଜୟଦୀପ ଭଟ୍ଟନାଗର, I&B ସେକ୍ରେଟାରୀ ଅମିତ୍ ଖେର୍ ଏବଂ ଅନ୍ୟ ବରିଷ୍ଠ ସାମ୍ବାଦିକ ପ୍ରତିନିଧି ଉପସ୍ଥିତ ଥିଲେ।

Related Posts