କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି: ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

 

ଭୁବନେଶ୍ୱର,୮/୧୦(ସତ୍ୟପାଠ ବ୍ୟୁରୋ): ବୁଧବାର ବସିଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଅନେକ ମହତ୍ବାକାଂକ୍ଷୀ ଯୋଜନାକୁ ମଞ୍ଜୁରୀ ମିଳିଛି। ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଳ୍ୟାଣ ଯୋଜନା ଏବଂ ଅନ୍ୟ କଲ୍ୟାଣକାରୀ ଯୋଜନାକୁ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି । ଏହା ସହ କ୍ୟାବିନେଟ ସୀମାବର୍ତ୍ତୀ ରାଜ୍ୟର ଅଞ୍ଚଳର ଭିତ୍ତିଭୂମିର ବିକାଶ ପାଇଁ ଜୋର ଦେଇଛନ୍ତି।

କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନ ବୈଷ୍ଣବ କହିଛନ୍ତି ପିଏମ ମୋଦୀ ଗରୀବ କଲ୍ୟାଣ ଅନ୍ନ ଯୋଜନା (PMGKY) ୨୦୨୮ ପର୍ଯ୍ୟନ୍ତ ଜାରି ରହିବ। ଅର୍ଥାତ ୨୦୨୮ ପର୍ଯ୍ୟନ୍ତ ଗରିବଙ୍କୁ ମାଗଣାରେ ରାସନ ସୁବିଧା ଯୋଗାଇ ଦିଆଯିବ। ସେହିଭଳି ଅନ୍ୟ କଲ୍ୟାଣକାରୀ ଯୋଜନା ଅନୁଯାୟୀ, ମଧ୍ୟାହ୍ନ ଭୋଜନ, ପିଏମ ପୋଷଣ ଯୋଜନା, ଆଇସିଡିଏସ, ଆକାଂକ୍ଷାର ସବୁ ଯୋଜନା ଅନୁଯାୟୀ ପୋଷକ ତତ୍ତ୍ବ ଯୁକ୍ତ ଚାଉଳର ଯୋଗାଣ ମଧ୍ୟ ଜୁଲାଇ ୨୦୨୪ ଡିସେମ୍ବରରୁ ୨୦୨୮ ପର୍ଯ୍ୟନ୍ତ ଜାରି ରଖିବାକୁ ମଞ୍ଜୁରୀ ମିଳିଛି। 

ସେହିଭଳି ପିଏମ ବୈଠକରେ ସୀମାବର୍ତ୍ତୀ ଅଞ୍ଚଳରେ ମୌଳିକ ଭିତ୍ତିଭୂମିର ବିକାଶ ଉପରେ ଜୋର ଦେଇଛନ୍ତି । କ୍ୟାବିନେଟ ସୀମାବର୍ତ୍ତୀ ରାଜ୍ୟ ପଞ୍ଜାବ ଏବଂ ରାଜସ୍ଥାନର ଅଞ୍ଚଳରେ ୪,୪୦୬ କୋଟି ଟଙ୍କାର ନିବେଶରୁ ୨,୨୮୦ କିମି ରାସ୍ତା ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ଜୀବନ ଜୀବିକାକୁ ଉତ୍ତମ କରିବା ଏବଂ ଏଠାରେ ଲୋକଙ୍କ ଯାତାୟତକୁ ସହଜ କରିବା। ଏସବୁ ଅଞ୍ଚଳକୁ ଜାତୀୟ ରାଜପଥ ସହ ଯୋଡ଼ିବାକୁ ମଧ୍ୟ ଲକ୍ଷ୍ୟ ରହିଛି।

Related Posts