ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଝାଡ଼ଣ୍ଡରରେ ଚାଲିଥିବା ରାଜନୈତିକ ଡ୍ରାମା ଉପରେ ପୂର୍ଣ୍ଣଛେଦ ପଡ଼ିଛି । ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମଏମ୍ ନେତା ଚମ୍ପଇ ସୋରେନ । ବିଧାୟକ ଦଳର ନେତା ହେବା ପରେ ଗୁରୁବାର ରାତିରେ ରାଜ୍ୟପାଳ ସିପି ରାଧାକୃଷ୍ଣଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଉ କେତେ ଜଣ ଶପଥ ନେବେ, ସେ ନେଇ କୌଣସି ସୂଚନା ମିଳିନାହିଁ ।ଆଜି ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବା ବେଳେ ୧୦ ଦିନ ଭିତରେ ଚମ୍ପଇଙ୍କୁ ବହୁମତ ପ୍ରମାଣ କରିବାକୁ ପଡ଼ିବ ।

ଅପରପକ୍ଷେ, ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆଜି ରିମାଣ୍ଡ ଶୁଣାଣି ରହିଛି । ହେମନ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବେଦନ କରିଛି । ତେବେ କେତେଦିନ ପାଇଁ ରିମାଣ୍ଡ ମିଳୁଛି ଆଜି ତାହା ଜଣାପଡିବ । ହେମନ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ଛାନଭିନ ଚଳାଇବ ଇଡି ।

Related Posts