Champions Trophy Final: ଭାରତ ଚାମ୍ପିୟନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସୁପର ସଣ୍ଡେରେ ସୁପର ସୋ’। ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ହାଇଭୋଲଟେଜ୍ ମ୍ୟାଚରେ ବିଜୟ ହାସଲକରି ନ୍ୟୁଜିଲ୍ୟାଣ୍ଡକୁ ଧୂଳି ଚଟାଇଲା ଭାରତ। ଆଜିର ଏହି ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଭାରତୀୟ ସ୍ପିନର ଜାଲରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ଫସିଯାଇଥିଲେ । ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ ମାତ୍ର ୨୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଯାହାଫଳରେ ଏହି ମ୍ୟାଚ୍‌ରେ ବିଜୟ ସହ ଚମ୍ପିଆନ୍ସ ଟ୍ରଫି ହାତେଇବାକୁ ଭାରତକୁ ୫୦ ଓଭରରେ ୨୫୨ ରନ୍‌ ଆବଶ୍ୟକ ଥିଲା।

ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ,ନ୍ୟୁଜିଲାଣ୍ଡ ପାଇଁ ଏହି ନିଷ୍ପତ୍ତି ଭୁଲ ସାବ୍ୟସ୍ତ ହୋଇଥିଲା । ଯଦିଓ ଆରମ୍ଭରୁ ନ୍ୟୁଜିଲାଣ୍ଡ ଆକ୍ରମଣାତ୍ମକ ଖେଳିଥିଲା । କିନ୍ତୁ ସ୍ପିନର ବୋଲିଂ କରିବାକୁ ଆସିବା ସହ ନ୍ୟୁଜିଲାଣ୍ଡ ରନ୍‌ ସ୍କୋରିଂରେ ବ୍ରେକ୍‌ ଲାଗିଥିଲା । ଅଷ୍ଟମ ଓଭରରେ ଭାରତକୁ ପ୍ରଥମ ୱିକେଟ୍ ଦେଇଥିଲେ ବରୁଣ ଚକ୍ରବର୍ତ୍ତୀ । ମାତ୍ର ୧୫ ରନ୍‌ରେ ବରୁଣ ଚକ୍ରବର୍ତ୍ତୀଙ୍କ ଚକ୍ରବିହ୍ୟୁରେ ଫସିଥିଲେ ୟଙ୍ଗ୍ । ଏହାପରେ ଭାରତୀୟ ସ୍ପିନର ନ୍ୟୁଜିଲାଣ୍ଡର ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ୍‌ଙ୍କୁ ପାଭିଲିୟନ୍‌ ପଠାଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ୍‌ ସର୍ବାଧିକ ୬୩ ରନ୍‌ କରିଥିଲେ ।

୨୫୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଟିମ୍‌ ଇଣ୍ଡିଆର ଦୁଇ ଓପନର ଶୁଭମନ ଗିଲ୍‌ ଓ ରୋହିତ ଶର୍ମା। ହିଟମ୍ୟାନ ରୋହିତ ପୁଣିଥରେ କମାଲ କରିଥିଲେ। ଗିଲ୍‌ ୩୧ ରନ୍‌ ସଂଗ୍ରହକରି ଆଉଟ୍ ହୋଇଥିଲେ । ବିରାଟ କୋହଲି ଫ୍ଲପ୍ ହେବା ସହ ମାତ୍ର ୧ ରନ୍‌ ସଂଗ୍ରହକରି ଆଉଟ୍ ହୋଇଥିଲେ ।

ଏହାପରେ ରୋହିତ ମଧ୍ୟ ୭୬ ରନ୍‌ ସଂଗ୍ରହକରି ଆଉଟ୍ ହୋଇଥିଲେ। ଏହି ଦମଦାର ମ୍ୟାଚରେ ଆୟର ଏବଂ ଅକ୍ଷର ପଟେଲ ଯଥାକ୍ରମେ ୪୮ ଏବଂ ୨୯ ରନ୍‌ ସଂଗ୍ରହ କରିଥିଲେ। ପରେ କେଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଧାର ବ୍ୟାଟିଂ କରିଥିଲେ। ପରେ ହାର୍ଦ୍ଦିକ ଆଉଟ ହୋଇଥିଲେ। ପରେ ଜାଡେଜା ୪ ମାରି ଭାରତକୁ ବିଜୟ ଆଣିଦେଇଥିଲେ। ଭାରତ ୪ ୱିକେଟ୍‌ରେ ବିଜୟ ଲାଭ କରିଥିଲା । ତେବେ ଭାରତ ୨୫୨ ରନ୍‌ ବିଜୟ ଲକ୍ଷ୍ୟକୁ ହାସଲ କରି ପ୍ରଥମ ଦଳ ଭାବେ ତୃତୀୟ ଥର ଆଇସିସି ଚାମ୍ପିଆନ୍ସ ଟ୍ରଫିରେ ବିଜୟ ହାସଲ କରିଛି।

Related Posts