ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ରିୟା ଚକ୍ରବର୍ତ୍ତୀ ସମେତ 33 ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ

ମୁମ୍ବାଇ: ଡ୍ରଗ୍ସ ମାମଲାରେ 33 ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ | ସୁଶାନ୍ତ ସିଂ ରାଜପୁତ ଏବଂ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀ ସମେତ 33 ଜଣଙ୍କ ବିରୋଧରେ ପ୍ରାୟ 12000 ପୃଷ୍ଟା ବିଶିଷ୍ଟ ଚାର୍ଜସିଟ ଦାଖଲ ହୋଇଛି | ଏହି ମାମଲାର ଯାଞ୍ଚ କରୁଥିବା central anti-drug agency ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହି ଚାର୍ଜସିଟ ଦାଖଲ କରିଛି | ଗତ ଶୁକ୍ରବାର ମୁମ୍ବାଇ ସେସନ୍ସ କୋର୍ଟର ସ୍ପେଶାଲ ଏନଡିପିଏସ କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଛି ।

ଯେଉଁମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି ସେମାନଙ୍କ ମଧ୍ୟରୁ 8 ଜଣ ଏବେ ମଧ୍ୟ ନ୍ୟାୟିକ ହେପାଜତରେ ଅଛନ୍ତି । ଅନ୍ୟମାନଙ୍କୁ କୋର୍ଟରୁ ଜାମିନ ମିଳିଛି । ଏହି ମାମଲାରେ ଅନେକଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଥିବା କୋର୍ଟକୁ ସୂଚନା ଦେଇଛି ନାର୍କୋଟିକ୍ସ ବ୍ୟୁରୋ ।ଏନସିବି ସୂଚନା ଅନୁଯାୟୀ, ତଦନ୍ତ ବେଳେ ଅନେକ ପ୍ରକାରର ଡ୍ରଗ୍ସ,ସାଇକୋଟ୍ରୋପିକ ପଦାର୍ଥ (psychotropic substance), ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ (electronics gadgets) ଏବଂ ଭାରତ ସମେତ ଅନ୍ୟ ଦେଶର ମୁଦ୍ରା ଜବତ କରାଯାଇଛି । ଜବତ ହୋଇଥିବା ଡ୍ରଗ ଗୁଡ଼ିକୁ ପରୀକ୍ଷଣ ପାଇଁ ପଠାଯାଇଛି । ସେମାନଙ୍କଠାରୁ ମିଳିଥିବା ପ୍ରମାଣ ( କଲ ରେକର୍ଡିଂ, ହ୍ବାଟ୍ସଆପ ଚାର୍ଟିଂ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ) ଆଧାରରେ ତଦନ୍ତ କରାଯାଉଥିବା ଏନସିବି ପକ୍ଷରୁ କୁହାଯାଇଛି।

Related Posts