ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ଭଙ୍ଗାରୁଜା ମାମଲା: ଭାଜପା ଯୁବ ମୋର୍ଚ୍ଚା ସଭାପତି ତେଜସ୍ବୀ ସୂର୍ଯ୍ୟଙ୍କୁ ନୋଟିସ ଜାରି

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ଭଙ୍ଗାରୁଜା ମାମଲାରେ କାର୍ଯ୍ୟାନୁଷ୍ଠାନ | ସାଂସଦ ତଥା ଭାଜପା ଯୁବ ମୋର୍ଚ୍ଚା ସଭାପତି ତେଜସ୍ବୀ ସୂର୍ଯ୍ୟଙ୍କୁ ନୋଟିସ ଜାରି | ନୋଟିସ ରେ 28 ଏପ୍ରିଲରେ ସିଭିଲ ଲାଇନ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଜାରି ହୋଇଛି । ଢନ୍ତୁ

ସୂଚନାଯୋଗ୍ୟ, ଏହାପୂର୍ବରୁ ଘଟଣାରେ ମେୟର ଜୟପ୍ରକାଶ ଏବଂ ଭାଜପା ଯୁବ ମୋର୍ଚ୍ଚା ପ୍ରଦେଶ ଅଧ୍ୟକ୍ଷ ବାସୁ ରୁଖଣ୍ଡୁଙ୍କ ସମେତ 10ଜଣଙ୍କୁ ଗିରଫ କରାଯାଇଥିଲା ।

ଏପ୍ରିଲ 1 ତାରିଖରେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କାଶ୍ମୀର ଫାଇଲ୍ସ ବିଷୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିବୃତ୍ତି ବିରୋଧରେ ଏହି ପ୍ରଦର୍ଶନ ହୋଇଥିଲା । ଏହି ସମୟରେ କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଭଙ୍ଗାରୁଜା କରିଥିଲେ । ସିସିଟିଭି ଭାଙ୍ଗିବା ସହ ମୁଖ୍ୟ ଫାଟକରେ ରଙ୍ଗ ଢାଳିଥିଲେ । ଏହି ଘଟଣାରେ ସିଭିଲ ଲାଇନ ପୋଲିସ ଷ୍ଟେସନ 8 ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ଦାୟର ହୋଇଥିଲା । ପ୍ରାୟ ଦୁଇ ସପ୍ତାହ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା ।ଘଟଣାର ତଦନ୍ତ କରିବା ପରେ ପୋଲିସ ମେୟର ଜୟପ୍ରକାଶ ଏବଂ ଭାଜପା ଯୁବ ମୋର୍ଚ୍ଚା ପ୍ରଦେଶ ଅଧକ୍ଷ ବାସୁ ରୁଖଣ୍ଡୁଙ୍କୁ ଗିରଫ କରିଥିଲା । ସେମାନଙ୍କୁ ସାଙ୍ଗେ ସାଙ୍ଗେ ଜାମିନ ମିଳିଥିଲା । ମାମଲାରେ ଏବେ ପୋଲିସ ଭାଜପା ଯୁବ ମୋର୍ଚ୍ଚା ସଭାପତି ତେଜସ୍ବୀ ସୂର୍ଯ୍ୟଙ୍କୁ ନୋଟିସ ଜାରି କରିଛି ।

ପ୍ରକାଶ ଥାଉ କି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ‘ଦ କାଶ୍ମୀର ଫାଇଲ୍ସ’ ଟିପ୍ପଣୀକୁ ନେଇ ତାତି ଯାଇଥିଲେ । କେଜ୍ରିୱାଲଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ ପରେ ବିଜେପି ଯୁବମୋର୍ଚ୍ଚା ସଭାପତି ତେଜସ୍ବୀ କହିଥିଲେ କେଜ୍ରିୱାଲ ଯେଉଁଭଳି ଢଙ୍ଗରେ ବିଧାନସଭାରେ କାଶ୍ମୀର ପଣ୍ଡିତଙ୍କ ନରସଂହାରକୁ କଟାକ୍ଷ କଲେ ଆମେ ତାହା ବିରୁଦ୍ଧରେ ଆନ୍ଦୋଳନ କରିଥିଲୁ l ଏଥିପାଇଁ କେଜ୍ରିୱାଲଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ହେବ ବୋଲି କହିଥିଲେ ।

ଅନ୍ୟପଟେ, ଦିଲ୍ଲୀ ପୋଲିସ ପ୍ରଶାସନ ଉପରେ ଖପ୍ପା ମାନ୍ୟବର ହାଇକୋର୍ଟ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୱାଲଙ୍କ ଘର ଉପରେ ହୋଇଥିବା ଆକ୍ରମଣ ଓ ଭଙ୍ଗାରୁଜା ଘଟଣାକୁ ନେଇ ଦିଲ୍ଲୀ ହାଇକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ଦିଲ୍ଲୀ ହାଇିକୋର୍ଟ ସୋମବାର ଶୁଣାଣୀ କରିବା ସମୟରେ ପୋଲିସର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ସୁରକ୍ଷା ବ୍ୟବସ୍ଥା ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ମାମଲାର ଶୁଣାଣୀ କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଏହି ଘଟଣା ବହୁତ ଚିନ୍ତାଜନକ କାରଣ ଏକ ସାମ୍ୱିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ଘର ଉପରେ ଆକ୍ରମଣ ହୋଇଛି।

ଅରବିନ୍ଦ କେଜରୱାଲଙ୍କ ଜାଗାରେ କୌଣସି ମନ୍ତ୍ରୀ, ବିଚାରପିତ ବା ଅନ୍ୟକେହି ହୋଇଥାଆନ୍ତେ । କୋର୍ଟ ଦିଲ୍ଲୀ ପୋଲିସକୁ କହିଛନ୍ତି ପ୍ରଦର୍ଶନକାରୀଙ୍କ ଦ୍ୱାରା ଭଙ୍ଗା ହୋଇଥିବା ୩ ଟି ବ୍ୟାରିକେଡ ପରେ ଆପଣଙ୍କୁ ନିଜର କାର୍ଯ୍ୟକଳାପ ଓ ସୁରକ୍ଷା ବନ୍ଦୋବସ୍ତ ଉପରେ ଧ୍ୟାନ ଦେବାର ଜରୁରି ଆବଶ୍ୟକତା ରହିଛି ।

ଦିଲ୍ଲୀ ହାଇକୋର୍ଟ କହିଛନ୍ତି ସୁରକ୍ଷା ବ୍ୟବସ୍ଥା ସମ୍ୱନ୍ଧରେ ଦିଲ୍ଲୀ ପୋଲିସ ପକ୍ଷରୁ ଦାଖଲ କରାଯାଇଥିବା ଷ୍ଟାଟସ ରିପୋର୍ଟରେ ଆମେ ସନ୍ତୁଷ୍ଟ ନୁହେଁ। କୋର୍ଟ କହିଛନ୍ତି ପୋଲିସ ସ୍ତରରେ ଅବହେଳା କରାଯାଇଛି ଓ ଆମେ ଚାହୁଁଛୁ ଦିଲ୍ଲୀର ପୋଲିସ କମିଶନର ଏହି ମାମଲାକୁ ହାତକୁ ନିଅନ୍ତୁ।

Related Posts