ସ୍ୱାସ୍ଥ୍ୟମନ୍ତ୍ରୀ ବର୍ଦ୍ଧନ ଇସ୍ତଫା ଦେବେ କି ଯଦି ମେ ପହିଲାରେ ଲୋକଙ୍କୁ ଟୀକା ନଦେଇ ଫେରେଇଦିଆଗଲା ?: Chidambaram

chidambaram

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦିନକୁ ଦିନ ସଂକ୍ରମତିଙ୍କ ସଂଖ୍ୟା ଭାରତରେ ବଢିବାରେ ଲାଗିଛି । ସରକାରେ ମେ ପହିଲାରୁ ୧୮ ବର୍ଷରୁ ଅଧିକ ବୟସ୍କ ଲୋକମାନେ ଟୀକା ନେଇ ପାରିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ମେ ପହିଲାରୁ ଯଦି ଲୋକମାନଙ୍କୁ ଟୀକା ନ ଦେଇ ଫେରେଇ ଦିଆଗଲା ତାହାଲେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଇସ୍ତଫା ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ । ତେବେ ମେ ୧ ରେ ହେବାକୁ ଥିବା ଟୀକାକରଣ ପାଇଁ କୌଣସି ରାଜ୍ୟ ପ୍ରସ୍ତୁତ ନାହାଁନ୍ତି ଏବଂ ଟୀକା ପଞ୍ଜୀକରଣ ସାଇଟ କୱିନ ମଧ୍ୟ ଏଥିରେ ସମ୍ପୃକ୍ତ ଅଛି । ପଞ୍ଜୀକରଣର ପ୍ରଥମ ଦିନରେ ହିଁ ଆପ ଟି କ୍ରାସ ହୋଇଯାଇଥିଲା । ଏଥିରୁ ଜଣାପଡୁଛି ସରକାର ଟୀକାକରଣ ପାଇଁ କେତେ ତତ୍ପରତା ଦେଖାଉଛନ୍ତି । ଅନ୍ୟପଟେ କେନ୍ଦ୍ର ଯେଉଁ ମୂଲ୍ୟରେ ଟୀକା ମିଳୁଛି ରାଜ୍ୟକୁ ମଧ୍ୟ ସେହି ମୂଲ୍ୟରେ ଟୀକା ମିଳୁ ବୋଲି ବିରୋଧୀ ଦଳ ଦାବି କରୁଛନ୍ତି । ଏହା ସହ ଟୀକାକରଣ ନୀତିକୁ ଭେଦଭାବ ବୋଲି କହିଛନ୍ତି ବିରୋଧୀ ଦଳ ।

Related Posts