ବେଙ୍ଗଲ ରେ ମମତା, ତାମିଲନାଡୁ ରେ ଡିଏମ୍ କେ ; ଏକ୍ସିଟ ପୋଲ ସର୍ଭେ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଆସାମ ,କେରଳ, ତାମିଲନାଡୁ, ପଡୁଚେରୀ , ଓ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଏକଜିଟ୍ ପୋଲ ଫଳାଫଳ ଘୋଷଣା କରାଯାଇଛି । ପ୍ରଥମ ତିନୋଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପୁର୍ବାନୁମାନ କରାଯାଇଥିବା ବେଳେ ମତଦାତାମାନେ ପଶ୍ଚିମବଙ୍ଗରେ ଏକ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି । କିନ୍ତୁ ମମତା ବାନାର୍ଜୀ ତୃତୀୟ ଥର ପାଇଁ ବଜାୟ ରଖିବେ କହିଛନ୍ତି ।ଏପଟେ ଭାରତୀୟ ଜନତା ପାର୍ଟି ୨୦୦ରୁ ଅଧିକ ସିଟ୍ ସଂଖ୍ୟାଗରିଷ୍ଠତା ହାସଲ କରିବା ନେଇ କହିଛି । ଇଣ୍ଡିଆ ଟୁଡେ-ମାଇ ଆକ୍ସିସ ଇଣ୍ଡିଆ ଅନୁଯାୟୀ ପଶ୍ଚିମବଙ୍ଗରେ ବିଜେପି ୧୩୪ ରୁ ୧୬୦ଟି ଆସନ ଜିତିବାର ସମ୍ଭାବନା ଥିବା ବେଳେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ୧୩୦ ରୁ ୧୫୬ ନିର୍ବାଚନମଣ୍ଡଳୀରେ ଦ୍ୱିତୀୟ ସେକେଣ୍ଡ ହୋଇପାରେ । ଅନ୍ୟପଟରେ ଏବିପି ସି ଭୋଟର ଏକଜିଟ୍ ପୋଲ ଟିଏମସି ପାଇଁ ସଂଖ୍ୟାଗରିଷ୍ଠତା ପୁର୍ବାନୁମାନ କରିଛି । ଏଠାରେ ଶାସକ ଦଳ ୧୫୨ ରୁ ୧୬୦ ଟି ଆସନ ଜିତିବାର ସମ୍ଭାବନା ରହିଛି । ଏବଂ ବିରୋଧୀ ବିଜେପି ୧୦୯ ରୁ ୧୨୧ ଆସନ ପାଇପାରେ ବୋଲି ସେ କହିଛି । ରିପବ୍ଲିକ୍ ସିଏନ୍ଏକ୍ସ ପୂର୍ବାନୁମାନ କରିଛି ବିଜେପି ଏଠାରେ ୧୩୮ ରୁ ୧୪୮ବିଜୟ ସହ ଟିଏମସି ୧୨୮ରୁ ୧୩୮ ଅସନରେ ଜିତିବା ନେଇ ପୂର୍ବାନୁମାନ କରିଛି । ଅନ୍ୟପକ୍ଷରେ ଟିଭି-୯-ପୋଲେଷ୍ଟାଟ ଏବଂ ନ୍ୟୁଜ-୨୪ର ଆଜିର ଚାନକ୍ୟ ଟିଏମସି ପାଇଁ ଏକ ସ୍ୱଛ ସଂଖ୍ୟାଗରିଷ୍ଠତା ପୂର୍ବାନୁମାନ କରିଛି ।
ସର୍ଭେକାରୀଙ୍କ ଅନୁଯାୟୀ ଆସମରେ ବିଜେପି କ୍ଷମତାକୁ ଫେରିବକୁ ଥିବାବେଳେ କଂଗ୍ରେସ ଦ୍ୱତୀୟ ସ୍ଥାନରେ ରହିବ । ଏବିପି ସି ଭୋଟର ଓ ଟିଭି-୯ ପୋଲଷ୍ଟ୍ରାଟ୍ ଏମାନଙ୍କ ସର୍ଭେ ରେ ବିଜେପି କ୍ଷମତାକୁ ଫେରିବା ନେଇ କହିଛନ୍ତି । ଇଣ୍ଡିଆ ଟୁଡେ –ମାଇ ଆକ୍ସ , ରିପବ୍ଲିକ୍ ସିଏନ୍ଏକ୍ସ ଓ ନ୍ୟୁଜ୨୪ ଆଜିର ଚାଣକ୍ୟ ସମେତ ଅନ୍ୟମାନେ କହିଛନ୍ତି ବିଜେପି କଂଗ୍ରେସ ଅପେକ୍ଷା ବହୁତ ଆସନରେ ଜିତିବ । ତାମିଲନାଡୁରେ ଡିଏମକେ ର ଗଠବନ୍ଧନ ବିଧାନସଭା ନିର୍ବାଚନକୁ ସ୍ୱିପ୍ କରିବାକୁ ସ୍ଥିର ହୋଇଛି । ଏକଜିଟ୍ ପୋଲ ପୂର୍ବାନୁମାନ କରିଛି ଯେ ଶସକ ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡା ମୁନ୍ନେଟ୍ରା କାଜାଗାମା(ଏଆଇଡିଏମକେ) ମିଳିତ ମଞ୍ଚର ବିଜୟ ୩୮ ରୁ ୮୫ ସିଟ୍ ମଧ୍ୟରେ ରହିବ ମତଦାତାଙ୍କ ମତ ।
କେରଳପାଇଁ କେବଳ ଏବିପି ସି ଭୋଟରର ପୂର୍ବାନୁମାନ ୭୧ ରୁ ୭୭ ଆସନରେ ଲେପ୍ଟ ଡେମୋକ୍ରାଟିକ୍ ଫଣ୍ଟ ବିଜୟ କରିବା ସହ ୬୨ ରୁ ୬୮ ଆସନରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫଣ୍ଟ ସାମାନ୍ୟ ନିକଟତର ବିଜୟ ଅନୁମାନ କରିଛନ୍ତି । ଅନ୍ୟ ସମସ୍ଥ ମତଦାତା କହିଛନ୍ତି ଯେ ବାମପନ୍ଥୀ ବହୁ ସଂଖ୍ୟାରେ ଦକ୍ଷିଣ ରାଜ୍ୟରେ ଆଉ ଏକ ପଦବୀ ହାସଲ କରିବ ।
ପଡୁଚେରୀରେ ନ୍ୟାସନାଲ ଡେମାକ୍ରାଟିକ୍ ଆଲିଆନ୍ସ (ଏନଡିଏ) ପାଇଁ ଏକ ସ୍ପଷ୍ଟ ବିଜୟ ପୂର୍ବାନୁମାନ କରାଯାଇଛି ଏକଜିଟ୍ ପୋଲ୍ ସର୍ଭେରୁ । ଏହା ୟୁନିଅନ୍ ଟେରିଟୋରୀ ପାଇଁ ପ୍ରଥମ ଅଟେ ।

Related Posts