ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ, ଜଷ୍ଟିସ ଅରିଜିତ ପଶାୟତ ଅଧ୍ୟକ୍ଷ

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ଗଠନ ହେଲା ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କମିଟି | ତଦାରଖ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ କମିଟିର ଅଧ୍ୟକ୍ଷ ରହିଛନ୍ତି | ସେହିପରି ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ଉପାଧ୍ୟକ୍ଷ ରହିଛନ୍ତି | କମିଟିରେ ଅଧ୍ୟକ୍ଷଙ୍କ ସହ ମୋଟ ୧୨ ଜଣ ସଦସ୍ୟ ରହିଛନ୍ତି |

ଡ. ବିଧୁଭୂଷଣ ସାମଲ, ଏ.କେ ସାବତ କମିଟି ସଦସ୍ୟ ରହିଛନ୍ତି | ଏହା ବ୍ୟତୀତ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ପ୍ରତିନିଧି ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି ମଧ୍ୟ କମିଟିର ସଦସ୍ୟ ରହିବେ | ଏଥିସହିତ ସେବକ ପ୍ରତିନିଧି ଭାବେ ଶ୍ରୀ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ଶ୍ରୀ ମାଧବ ଚନ୍ଦ୍ର ମହାପାତ୍ର, ଶ୍ରୀ ଜଗନ୍ନାଥ କର ସଦସ୍ୟ ରହିବେ | ଏହା ବ୍ୟତୀତ ଭଣ୍ଡାର ମେକାପ ସେବକ ଭାବେ ଶ୍ରୀ ଗଣେଶ ମେକାପ ଓ ପୁରୀ ଜିଲ୍ଲାପାଳ ମଧ୍ୟ କମିଟିର ସଦସ୍ୟ ରହିବେ | ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି କମିଟିର ଆବାହକ ଭାବରେ କାର୍ଯ୍ୟ କରିବେ ବୋଲି ସୂଚନା ଦିଆଯାଇଛି |

Related Posts