୫ରେ ଚଣ୍ଡିଖୋଲ ଆସିବେ ମୋଦୀ

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): କିଛି ଦିନର ବ୍ୟବଧାନ ପରେ ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ମାର୍ଚ୍ଚ ୫ ତାରିଖରେ ମୋଦୀ ପୁଣିଥରେ ଓଡିଶା ଆସୁଥିବା ନେଇ ସୂଚନା ମିଳିଛି ।

ଏହି ଗସ୍ତ ଅବସରରେ ମୋଦୀ ଚଣ୍ଡିଖୋଲରେ ଏକ ସାଧାରଣ ସଭା କରିବା ସହିତ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କର ଗସ୍ତର ସମ୍ପୂର୍ଣ କାର୍ଯ୍ୟସୂଚୀ ପ୍ରସ୍ତୁତ ହେଇନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ।

ଉଲ୍ଲେଖ ଥାଉ କି ମୋଦୀ ଚଳିତମାସ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସିଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସି ରାଜ୍ୟବାସୀଙ୍କୁ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଇଥିଲେ । ‌ବିଦ୍ୟୁତ୍‌, ସଡ଼କ, ରେଳ, କୋଇଲା ଏବଂ ଡାକ ଭଳି ବିଭିନ୍ନ କ୍ଷେତ୍ରର ବହୁ ପ୍ରକଳ୍ପକୁ ସେ ଲୋକାର୍ପଣ କରିଥିଲେ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ସେଦିନ ସେ ରେମେଡ଼ ପଡିଆରେ ଆୟୋଜିତ ସଭାରେ କହିଥିଲେ ଯେ ଓଡ଼ିଶାର ଗ୍ରାମାଞ୍ଚଳରେ ୫୦ ହଜାର କିଲୋମିଟର ରାସ୍ତା ତିଆରି ହୋଇଛି। ୪ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି। ଗତ ୧୦ ବର୍ଷରେ ରେଳବାଇ କ୍ଷେତ୍ରରେ ବିକାଶ ଲାଗି ଓଡ଼ିଶାକୁ ୧୨ଗୁଣା ଅଧିକ ଅନୁଦାନ ଦିଆଯାଇଛି। ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନକୁ ଚାଲିଛି ପ୍ରୟାସ କରାଯାଇଛି। ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକରୁ ଅଧିକ ସହଯୋଗ ଦେଇଆସୁଛୁ। ଗତ ୧୦ ବର୍ଷରେ ପେଟ୍ରୋଲିୟମ କ୍ଷେତ୍ରରେ ଦେଢ଼ ଲକ୍ଷ କୋଟିର ନିବେଶ କରାଯାଇଛି।

Related Posts